ଜିଲ୍ଲା ପରିକ୍ରମା

ଭଦ୍ରକ : ଆଗରପଡା ମହୋସôବର ଚତୁର୍ଥ ସନ୍ଧ୍ୟା ସଞ୍ଜୟ ଭୋଳଙ୍କ ସଂଳାପ, ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ

ଭଦ୍ରକ, ୨୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାର ଆଗରପଡା ଠାରେ ·ଲିଥିବା ତୃତୀୟ ବାର୍ଷିକ ଆଗରପଡା ମହୋସôବ – ୨୦୧୮ର  ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ହେମପଦ୍ମ ଗାଲାକ୍ସିଠାରେ ·ଲିଥିବା ଉସôବରେ ଯାତ୍ରାଜଗତର ଦୁର୍ଦ୍ଦଷ ଖଳନାୟକ ସଞ୍ଜୟ ଭୋଳଙ୍କ ଗୁରୁଗମ୍ଭୀର ସଂଳାପରେ ପ୍ରକମ୍ପିତ ହୋଇଉଠିଥିଲା ମହୋସôବ ପଡିଆ । କେନ୍ଦୁଝରରୁ ଆସିଥିବା ଆଦିବାସୀ କଳାକାରଙ୍କ ନୃତ୍ୟର ତାଳେତାଳେ ମତୁଆଲା ହୋଇ ଯୁବକଯୁବତୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ମହୋତ୍ସବ କମିଟିର ସଭାପତି ତଥା ହାଇକୋର୍ଟର ଆଇନଜୀବୀ ମନୋଜ ରାୟ ସଭା ପରି·ଳନା କରିଥିଲେ । ସଭାରେ ମୁଖ୍ୟବକ୍ତା ଅଧ୍ୟାପକ କିଶୋର ଚନ୍ଦ୍ର ପାଣିଗ୍ରାହୀ କହିଲେ; ମହୋସôବ ମାଧ୍ୟମରେ ଏକତା ଓ ଭାତୃଭାବ ସୃଷ୍ଟି ହୋଇଥାଏ । ସମାଜର ସଂହତି ରକ୍ଷା କରିବା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବାରେ ସିଂହର ଜନ୍ମମାଟି ଆଗରପଡାର ଏହି ମହୋସôବ ପୁରାତନ ସହିତ ନୂତନର ଏକ ସମୀକରଣ ସଦୃଶ ହୋଇଛି ବୋଲି କହିଥିଲେ । ଅନ୍ୟତମ ବକ୍ତା ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ଉପସଭାନେତ୍ରୀ ମମତା ମହାନ୍ତି, ଉପସଭାପତି ଟୁଟୁ ଆଇଚ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଯାତ୍ରା ଜଗତର ମହାବଳ ସଞ୍ଜୟ ଭୋଳ ଓ ଅଧ୍ୟାପକ କିଶୋର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପୂର୍ବରୁ କୁନି ଉପସ୍ଥାପିକା ପରୀ ଓ ଜ୍ୟୋତି ପ୍ରକାଶଙ୍କ ପରି·ଳନାରେ ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କମିଟି ସାଧାରଣ ସଂପାଦକ ହେମନ୍ତ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ଶିକ୍ଷାବିତ୍ ରମାକାନ୍ତ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଏବଂ ଶେଷରେ ଅମୀୟ ରଞ୍ଜନ ରାମ ଧନ୍ୟବାଦ ଦେଇଥିଲେ । ଦିବସବ୍ୟାପି କାର୍ଯ୍ୟକ୍ରମକୁ ମହୋସôବ କମିଟିର କୋଷାଧ୍ୟକ୍ଷ ସୁଶାନ୍ତ ଶତପଥୀ, ଉପଦେଷ୍ଟା ପୃଥୀରାଜ ଦାସ, ରାମଚନ୍ଦ୍ର ନାୟକ, ରଥ ବେହେରା, ହରମୋହନ ପଣ୍ଡା, ଅକ୍ଷୟ ସିଂହ, ପ୍ରଦୁ୍ୟମ୍ନ ପୁହାଣ, ନଳିନୀକାନ୍ତ ମହାନ୍ତି, ତନ୍ମୟ ସିଂହ, ମନ୍ମଥ ଦାସ, ରାଜେନ୍ଦ୍ର ପାଣିଗ୍ରାହୀ, ଦିପୁ ସିଂହ, ବିଶ୍ୱନାଥ ସିଂହ, ହରିହର ନାୟକ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top