ଭଦ୍ରକ : ଆଗରପଡା ମହୋତ୍ସବ ଉଦ୍ୟାପିତ ସଂଳାପ ଓ ନୃତ୍ୟରେ ମନ ମୋହିଲେ ଅଭିନେତ୍ରୀ ପ୍ରିୟଙ୍କା

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତ ୧୬ ତାରିଖରୁ ୧୦ ଦିନ ବ୍ୟାପି ଭଦ୍ରକ ଜିଲା ଆଗରପଡା ହେମପଦ୍ମ ଗାଲାକ୍ସିଠାରେ ·ଲିଥିବା ତୃତୀୟ ବାର୍ଷିକ ଆଗରପଡା ମହୋତ୍ସବ-୨୦୧୮ର ଉଦ୍ୟାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ହାଇକୋର୍ଟ ଆଇନଜୀବୀ ମନୋଜ ରାୟ ତାଙ୍କ ଅଭିଭାଷଣରେ ଏହି ମହୋତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ପାଦ ଥାପିବା ସଙ୍ଗେସଙ୍ଗେ ଆଗରପଡାର ଇତିହାସକୁ ମନେପକାଇ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସାଧାରଣ ସଂପାଦକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖି ଅଞ୍ଚଳବାସୀଙ୍କ ପୂଣ୍ଣ ର୍ ସହଯୋଗ ଆମକୁ ଉତ୍ସାହିତ କରିଛି ବୋଲି କହିଥିଲେ। ମୁଖ୍ୟ ଆକର୍ଷଣ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ‘ଟୋକାଟା ଫସିଗଲା’ ଓ ଧାରାବାହିକ ‘ତେଜସ୍ୱନୀ’ର ଆକର୍ଷଣୀୟ ସଂଳାପ ସହ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ବାଲେଶ୍ୱରର ସମାଜସେବୀ ତଥା ଯୁବନେତା ଅଶୋକ କୁମାର ଧିନ୍ଦା ଅତିଥିଭାବେ ଯୋଗଦେଇ କହିଲେ; ଆଗରପଡା ହେଉଛି ସଂଗ୍ରାମର ମାଟି, ଖାଲି ଓଡିଶା ନୁହେଁ ଭାରତବର୍ଷରେ ଏହି ମାଟି ଡ. ମହତାବଙ୍କ ପାଇଁ ପରିଚିତି ଲାଭ କରିଛି। ଏହି ମାଟିରେ ପାଦ ଦେଇ ନିଜକୁ ଧନ୍ୟ ମନେ କରୁଛି। ମହୋତ୍ସବ ଅଞ୍ଚଳରେ ଥିବା ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରି ରଖୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଶିକ୍ଷାବିତ ରଥ ବେହେରା, ହରମୋହନ ପଣ୍ଡା, ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ, ମହୋତ୍ସବ କମିଟିର ଉପ ସଭାନେତ୍ରୀ ମମତା ମହାନ୍ତି, ଉପ ସଭାପତି ଟୁଟୁ ଆଇଚ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ତଥା ସାର୍ଥକ ଓ ପ୍ରାର୍ଥନା ଚ୍ୟାନେଲର ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଓ ନୁୂର ଡ୍ୟାନ୍ସ ବିଜେତା ସୁଇଟ ସ୍ୱପ୍ନାଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଳା ଶିକ୍ଷକ ପଦ୍ମନାଭ ସେଠୀ ଓ ଫଟୋଗ୍ରାଫର ହରିହର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଉପସ୍ଥାପକ ଜ୍ୟୋତିଷଙ୍କ ମଞ୍ଚ ପରି·ଳନାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସୁଇଟ ସ୍ୱପ୍ନା ଓ ସାଥୀଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଉପଦେଷ୍ଟା ପୃଥୀରାଜ ଦାସ, ମନ୍ମଥ ଦାସ, ପିତାମ୍ବର ପତି, ସହ ସଂପାଦକ ଗୋପାଳ କୃଷ୍ଣ ଦାଶ, କୋଷାଧ୍ୟକ୍ଷ ସୁଶାନ୍ତ ଶତପଥୀ, ବସନ୍ତ ସିଂହ, ନଳିନୀକାନ୍ତ ମହାନ୍ତି, ଅକ୍ଷୟ ସିଂହ, ବିଶ୍ୱନାଥ ସିଂହ, ରବୀନ୍ଦ୍ର ଜେନା, ଦିପୁ ସିଂହ, ଗଗନ ବିହାରୀ ସିଂହ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *