ad
ଜିଲ୍ଲା ପରିକ୍ରମା

ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥକୁ ଲାଗି ରହିଛି ୧୭ ସ୍କୁଲ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଅଞ୍ଚଳରେ ଥିବା ୧୭ ବିଦ୍ୟାଳୟ ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଛି। ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାଜ୍ୟ ରାଜପଥରେ ୬ଟି ବିଦ୍ୟାଳୟ ଥିବାବେଳେ କୁଆଖିଆ-ସାତଭାୟା ଭାୟା ଆରଡି ଜାତୀୟ ରାଜପଥ କଡରେ ରହିଛି। ୮ଟି ବିଦ୍ୟାଳୟ। ସେହିପରି ଗ୍ରାମାଞ୍ଚଳ ରାସ୍ତା ପାଶ୍ୱର୍ରେ ରହିଛି ୩ଟି ବିଦ୍ୟାଳୟ। ବିଶେଷ କରି ବହୁ ପୁରାତନ ବିଦ୍ୟାଳୟ ଭାବେ ପରିଚିତ ଆରଡି ପୀଠର ଆଖଣ୍ଡଳମଣି ନୋଡାଲ ହାଇସ୍କୁଲର ପ୍ରାଚେରୀ ନଥିବାବେଳେ ସୁନ୍ଦରପୁର ଦଧିବାମନ ହାଇସ୍କଲ, ପ୍ରାଥମିକ ବିଦ୍ୟାଳୟ, ଷାଠିବାଙ୍କୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାତୋଳର ବିଏସଏସ ହାଇସ୍କୁଲ, ନାନ୍ଦପୁରସ୍ଥିତ ନୃସିଂହନାଥ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ, କୋଇଲିଖା ପ୍ରାଥମିକ ବିଦ୍ୟାଳୟ, ବାଙ୍କମୁଆଁ ପ୍ରାଥମିକ ବିଦ୍ୟାଳୟରେ ପ୍ରାଚେରୀ ନଥିବାରୁ ଅସୁରିକ୍ଷିତ ଭାବେ ଅଧ୍ୟୟନ କରୁଛନ୍ତି। ସେହିପରି ଓଳଗମଠ ମଠଡିହ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ପହଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାଗୁଳାଈ ପ୍ରାଥମିକ ବିଦ୍ୟାଳୟ, ଆରଡି ସେବାଶ୍ରମ ବିଦ୍ୟାଳୟ, ମୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭୂଇଁପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଦି ରାସ୍ତା କଡରେ ଥିବାରୁ ରାସ୍ତାରେ ଦୈନଦିନ ଦ୍ରୁତଗାମୀ ଗାଡି ଚଳାଚଳ କରୁଥିବାରୁ ଛାତ୍ରାଛାତ୍ରୀ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ରାସ୍ତାରେ ସଚେତନତା ଫଳକ କିମ୍ବା ହମ୍ପ କରାଯାଇ ନଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଯିବା ଓ ଫେରିବା ବାଟରେ ଛୋଟବଡ ଦୁର୍ଘଟଣା ଘଟିଥାଏ। ଗୁରୁବାର ଭଦ୍ରକ ଜାତୀୟ ରାଜପଥର ରାହାଞ୍ଜଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଶୁକ୍ରବାର ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକ ଜରୁରୀ ବୈଠକ ଡାକି ପିଲାଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟରେ ପାଚେରୀ ଓ ଆବଶ୍ୟକ ନଳକୂପ ନଥିବାରୁ ପ୍ରଶାସନକୁ ଜଣାଇବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପରେ ଟ୍ରକ ଦୁର୍ଘଟଣାରେ ଜୀବନ ହାରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦ୍ୟେଶରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିରବ ପାର୍ଥନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top