ଓଡ଼ିଶା

ଭଦ୍ରକ : ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉ ୫ ଦିନ ମରାମତି ନୋହିଲା ଭଦ୍ରକ-ଆରଡି ମୁଖ୍ୟ ରାସ୍ତା

ଭଦ୍ରକ, ୯ା ୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆଉ ୬ ଦିନ ବାକି। ଏଥି ପାଇଁ ପୀଠରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବିଶେଷକରି ଯାତ୍ରାରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗତମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଉକ୍ତ ବୈଠକରେ ଅଗଣିତ ଭକ୍ତମାନଙ୍କର ଯାତାୟାତ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଗୁରୁତ୍ୱରୋପ ଭାବେ ଆଲୋଚନା କରାଯିବା ସହ ଭଦ୍ରକ- ଆରଡି ମୁଖ୍ୟ ରାସ୍ତାର ମରାମତି ସହ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାର ମରାମତି, ବିଶୁଦ୍ଧ ପାନୀୟଜଳ ଯୋଗଣ, ଅତିରିକ୍ତ ସ୍ୱାସ୍ଥ୍ୟସେବା ସହ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଜାଗରଯାତ୍ରାର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଜ୍ଞାନ ଦାସ ପରାମର୍ଶ ଦେଇଥିଲେ। ହେଲେ ପୂର୍ତ୍ତ ଓ ଗୃହ ବିଭାଗର ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ମରାମତି ନହେବାରୁ ଖାଲଖମା ହୋଇ ପଡିଛି। ଉକ୍ତ ରାସ୍ତାର ଅସୁରାଳି ଠାରୁ କୋଠାର ପର୍ଯ୍ୟନ୍ତ ପ୍ରାୟ ୩କି.ମି ରାସ୍ତାର ମଧ୍ୟଭାଗରେ ବଡଫାଟ ସୃଷ୍ଟି ହେବାସହ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଧୁଷୁରୀ ଠାରୁ ମଠଡିହ ପର୍ଯ୍ୟନ୍ତ ପ୍ରାୟ ୧୪କି.ମି ରାସ୍ତାରେ ବଡବଡ ଖାଲଖମା ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଦେଖା ଦେଉଛି। ଏପଟେ ଆରଡିପୀଠର ଜାଗରଯାତ୍ରା ଆଉମାତ୍ର ୬ଦିନ ବାକି ଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇନାହିଁ। ଫଳରେ ଯାତ୍ରାଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲକ୍ଷାଧିକ ଭକ୍ତ ଖାଲଖମା ରାସ୍ତାରେ ଯାତାୟାତ କରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ଭଦ୍ରକ-ଆରଡି ମୁଖ୍ୟ ରାସ୍ତର ମରାମତି ପାଇଁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top