ଜିଲ୍ଲା ପରିକ୍ରମା

ଭଦ୍ରକ : ଅସହାୟଙ୍କ ପାଇଁ ଆବାସ ଯୋଜନା ସାତ ସପନ ଭଙ୍ଗା ଚାଳ ଛପର ତଳେ ଅସରଫଙ୍କ ପରିବାର

ଭଦ୍ରକ,୧୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗରିବଙ୍କ ଦୁଃଖ ଶୁଣିବାକୁ କେହିନାହିଁ । ଅସହାୟଙ୍କୁ ସାହାଯ୍ୟ କେବଳ କାଗଜ କଲମରେ ସୀମିତ । ବାସ୍ତବ କ୍ଷେତ୍ରରେ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ସନେ୍ଦହ ସୃଷ୍ଟି ହେଉଛି । ଆବାସ ଯୋଜନାରେ ଅସହାୟ ପରିବାରକୁ ଘର ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ତାହ ପକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏଭଳି ଘଟଣା ଚାନ୍ଦବାଲି ଏନଏସି ଅନ୍ତର୍ଗତ ଗୋଲାଆଡିଆ ବସ୍ତିରେ ଘଟିଛି । ଏହି ବସ୍ତିରେ ରହନ୍ତି ସେକ ଅସରଫ ଅଲ୍ଲୀ(୭୦)ଙ୍କ ପରିବାର । ପରିଣତ ବୟସରେ ଅସରଫ ଦିନରେ ଗାଁ ଗାଁ ବୁଲି ଫେରି କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାରର ୭ ପ୍ରାଣୀ ଚଳନ୍ତି । ପୁରୁଣା ଝାଟିମାଟି ଘର ଛପର ହୋଇ ନପାରି ଘରର କାନ୍ଥଗୁଡିକ ଫାଟି ଅାଁ କଲାଣି । ଘରଟିଏ ପାଇଁ ନେତାଙ୍କଠୁ ଆରମ୍ଭ କରି ଆଗରୁ ବ୍ଲକ, ଏବେ ଏନଏସି ଅଫିସକୁ ଦୌଡି ନୟାନ୍ତ ହେଲେଣି । ଦୁଇ ବର୍ଷ ହେବ ଘରଟି ଛପର ହୋଇ ନଥିବାରୁ ଦିନରେ ସୁର୍ଯ୍ୟ ଓ ରାତିରେ ଜହ୍ନ ଦେଖୁଛନ୍ତି ପରିବାର ଲୋକ । ଅସରଫ୍ ଅଲ୍ଲୀଙ୍କର ଘରଡିହ ୩ ଡିସିମଲ ବ୍ୟତୀତ ଅନ୍ୟ କିଛି ନାହିଁ । ଏପଟେ ଘରଟିକୁ ଛପର କିମ୍ଭା ମରାମତି କରିବାର ସାମର୍ଥ ମଧ୍ୟ ତାଙ୍କର ନାହିଁ । ଏପରି ସ୍ଥଳେ ଦୀର୍ଘବର୍ଷ ହେବ ପ୍ରଶାସନ ଏଭଳି ହିତାଧିକାରୀଙ୍କୁ ଅଣଦେଖା କରିଚାଲିଛି । ଏ ସଂପର୍କରେ ଚାନ୍ଦବାଲି ଏନଏସି ନିର୍ବାହୀ ଅଧିକାରୀ ମନୋଜ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେକ୍ ଅସରଫ ଅଲ୍ଲୀଙ୍କ ଘର ଏନଏସି ଅଞ୍ଚଳରେ ହୋଇଥିବାରୁ ତାଙ୍କୁ ପ୍ରଥମେ ଘର ପାଇଁ ଆବେଦନ କରିବାକୁ ପଡିବ, ଯଦି ଫିଜୁବୁଲ ଥାଏ ତାଙ୍କୁ ନିଶ୍ଚିତ ଘର ଯାଗାଇ ଦିଆଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top