ଭଦ୍ରକ : ଅଜଣା ଯୁବକଙ୍କ ଗଳିତ ଝୁଲନ୍ତା ଶବ ଉଦ୍ଧାର

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଏହି ଜିଲାର ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଓ ରାମପୁର ପଞ୍ଚାୟତର ସୀମାବର୍ତ୍ତୀ ଅଞ୍ଚଳର ଚଉଦମାଣିଆଁ ଜଙ୍ଗଲରୁ  ଜଣେ ଅଚିହ୍ନା ଯୁବକଙ୍କ ଗଳିତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ସ୍ଥାନୀୟ ତାଳବୋରେଇ ଜେନାସାହି ଗ୍ରାମର ସମ୍ଭୁନାଥ ଜେନା ସକାଳ ୯ଟାରେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଉକ୍ତ ସ୍ଥାନକୁ ଯାଇଥିଲେ । ସେଠାରେ ଦୁର୍ଗନ୍ଧ ହେବାରୁ ସେ ଏକ ପଳାସ ଗଛରେ ଜିନ୍ସ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିବା ୩୦ରୁ ୩୫ବର୍ଷର ଯୁବକଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ପରେ ସେ ନିକଟସ୍ଥ କେନ୍ଦୁଆପଦା ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ବ୍ୟାସଦେବ ମହାପାତ୍ର ଏବଂ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଏକ ଅପମୃତୁ୍ୟ ମାମଲା ଋଜୁ ହୋଇଛି ।  ମୃତ ଦେହ ଚିହ୍ନଟ ହୋଇ ନ ଥିବା ବେଳେ ଏହା ୩/୪ଦିନ ପୂର୍ବରୁ ଯୁବକଙ୍କ ମୃତୁ୍ୟ ହୋଇଥିବା ପୁଲିସ କହିଛି ।

Leave a Reply

Your email address will not be published. Required fields are marked *