ଭଦ୍ରକ : ଅଗ୍ନିକାଣ୍ଡରେ ୬ ବଖରା ଜଳିଗଲା

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ତହସିଲ ସେଣ୍ଢ ତୀରା ପଞ୍ଚାୟତ ଅଧୀନ ମୋହନପୁର ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟି ୬ ବଖରା ଗୃହ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବାର ଜଣାଯାଇଛି। ପ୍ରକାଶ ଯେ, ଗତ ୧୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବର୍ଷା ଆସିବା ସହ ବଜ୍ରପାତ ହୋଇଥିଲା। ଏଥିରେ ମୋହନପୁର ଗ୍ରାମର ଉମାକାନ୍ତ ଯେନାଙ୍କର ୪ ବଖରା, ରତ୍ନାକର ଯେନାଙ୍କର ଗୋଟିଏ ବଖରା ଓ କୁନ୍ତଳା ଦାସଙ୍କର ଗୋଟିଏ ବଖରା ଜଳିଯିବା ସହ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଧାନ, ଚାଉଳ, ନଗଦ ଟଙ୍କା, ସୁନା ଗହଣା ଆଦି ପୋଡି ଜଳି ପାଉଁଶ ହୋଇଯାଇଛି। ଭଣ୍ଡାରିପୋଖରୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ପ୍ରାୟ ୨ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି।  ଗତକାଲି ଘଟଣାସ୍ଥଳକୁ ଅତିରିକ୍ତ ତହସିଲଦାର ବିଜୟକୁମାର ସେଠୀ, ଛୟାଳସିଂହ ରାଜସ୍ୱ ନୀରିକ୍ଷକ ବେଣୁଧର ମିଶ୍ର ପ୍ରମୁଖ ପରିଦର୍ଶନରେ ଆସିବା ସହ କ୍ଷୟକ୍ଷତି ସଂପର୍କରେ ଆକଳନ କରି ସରକାରୀ ସହାୟତା ଯୋଗାଇଦେବାକୁ କହିଛନ୍ତି। ଏହି ଦୁଃଖଦ ଘଟଣା ସଶ୍ଛକୟଙ୍କର ଖବର ପାଇ ସେଣ୍ଢତୀରା ସରପଞ୍ଚ ପ୍ରେମଲତା ପ୍ରଧାନ, ସମିତି ସଭ୍ୟା ଶଶୀଲତା ଭୂୟାଁ, ସେଣ୍ଢତୀରା ପଞ୍ଚାୟତ ଯୁବ ବିଜେପି ନେତା ଶେଖର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ରକୁମାର ଜେନା, ସେଣ୍ଢ ତୀରା ପଞ୍ଚାୟତ ବିଜେଡି ସଭାପତି ହୃଷିକେଶ ପାତ୍ର, ପ୍ରାକ୍ତନ ସରପଞ୍ଚ କାଶିନାଥ ଯେନା, ଛୟାଳସିଂହସ୍ଥିତ ସାଇ ସଙ୍ଗଠନର ନିରଞ୍ଜନ ସାହୁ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *