ଜିଲ୍ଲା ପରିକ୍ରମା

ଭଦ୍ରକାଳୀ ପୀଠରୁ ମହିଳା ସୁରକ୍ଷା ଯାତ୍ରା ଶୁଭାରମ୍ଭ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳାମାନଙ୍କ ପ୍ରତି ବଢିଚାଲିଥିବା ବଳାତ୍କାର ଏବଂ ନିର୍ଯ୍ୟାତନା ପ୍ରତିବାଦରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରସ୍ତାବିତ ମହିଳା ସୁରକ୍ଷା ଯାତ୍ରା ଆଜି ଭଦ୍ରକର ପ୍ରସିଦ୍ଧ ଦେବୀପୀଠ ଭଦ୍ରକାଳି ମନ୍ଦିର ଠାରୁ ଶୁଭାରମ୍ଭ ହୋଇଛି। ଆଜି ସକାଳେ ଶତାଧିକ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଭଦ୍ରକାଳି ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ। ମହିଳାମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର ମାଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ଯାତ୍ରାର ଶୁଭାରମ୍ଭ କରିବା ଅବସରରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମାକୁ ସମ୍ମାନର ନାରା ଦେଉଥିବା ବେଳେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଦୁର୍ଷ୍କମ ଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଉଛି ବୋଲି ପ୍ରକାଶ କରି ନବୀନ ସରକାର ଏ କ୍ଷେତ୍ରରେ ଚେଇଁ ଶୋଇଛି ବୋଲି ଆରୋପ ଲଗାଇଥିଲେ। ଏହି ଯାତ୍ରା ପ୍ରରୀପ୍ରେକ୍ଷୀରେ ରାଜ୍ୟର ୧କୋଟି ମା ଓ ଭଉଣୀଙ୍କୁ ଭେଟି ଏକ ଅପାରଗ ସରକାର ସମୟରେ କିଭଳି ଶିଶୁ ନାବାଳିକା, ଯୁବତୀ, ମହିଳା ମାନଙ୍କର ସ୍ୱାଭିମାନ ଓ ସମ୍ମାନ ଉପରେ ଆଞ୍ଚ ଆସିଛି ସେ ବିଷୟରେ ଅବଗତ କରାଯିବ ବୋଲି ସେ କହିଥିଲେ। ଭଦ୍ରକ ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ସୁଶମା ବିଶ୍ୱାଳ, ସମ୍ପାଦିକା ଶେଭନା ମହାନ୍ତି, ସୌମ୍ୟା ରାଉତ, ସିପ୍ରା ବାଜପେୟୀ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣି, ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଉମାମଣୀ ସାହୁ, ସୁମିତ୍ରା ପାଣି, ସାବିତ୍ରୀ ପାଣିଗ୍ରାହୀ, ମନୋରମା ପାତ୍ର, ନବନିତା ନାୟ. ଭାରତୀ ବିଶ୍ୱାଳ, କଳ୍ପନା ଜେନା, ଉର୍ମିଳା ସାହୁ, ପୁଷ୍ପାଞ୍ଜଳି ବେହେରା, ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ଭଦ୍ରକ ବିଧାନସଭା କ୍ଷେତ୍ରର ନେତା ଡ଼ ପ୍ରଦୀପ ନାୟକ, ରାଜ୍ୟ ମିଡିଆ ସେଲର ହିତେଶ ମହାପାତ୍ର, ବାଲେଶ୍ୱର ଜେନା ସଂଯୋଜକ ସତ୍ୟଜିତ୍ ମିଶ୍ର, ବରିଷ୍ଠ ନେତା ବିଦ୍ୟାଧର ସାହୁ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ମିଡିଆ ସେଲ ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଥ ସାହୁ, ଆଇଟିସେଲର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ନାୟକ, ମଣ୍ଡଳ ସଭାପତି ନାରାୟଣ ସେନାପତି, ଯୁବନେତା ସପନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top