ଭଦ୍ରକସ୍ଥିତ ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକ ଦେବଭୂମୀ ଗବସାହିସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହାସମାରୋହରେ ଅଂଚଳବାସୀଙ୍କ ସହଯୋଗରେ ଆନନ୍ଦ ଉଦ୍ଦୀପନା ସହିତ ପାଳନ କରାଯାଇଛି। ବିଗତ ୮ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ରଥଯାତ୍ରାରେ ପରମ୍ପରା ମୁତାବକ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ଞାନ ଦାସ ଯୋଗଦେଇ ପୂଜାଅର୍ଚ୍ଚନା ପୂର୍ବକ ରଥାରୂଢ଼ ଦିଅଁଙ୍କ ଆଳତୀ କରି ରଥରେ ଛେରା ପହଁରା କରିଥିଲେ। ଦେବଭୂମୀ ଗବସାହିରୁ ଦିଅଁମାନେ ରଥାରୁଢ଼ ହୋଇ ମୋଟେଲ ଛକ ସାଳନ୍ଦୀ ହସ୍ ପିଟାଲ ପରିସରରେ ଥିବା ମାଉସୀ ମନ୍ଦିରକୁ ରଥଯାତ୍ରା କରିଥିଲେ। ପଥ ମଧ୍ୟରେ ଥିବା ଶ୍ରୀଯୁକ୍ତ ଗୟାଧର ପଣ୍ଡାଙ୍କ ବାସଭବନ ନିକଟରେ ମନ୍ଦିରର ପୂଜକ କାଳିଆ ନନା ମାଉସୀ ଘର ପୋଡ଼ପୀଠା ଲାଗି କରିଥିଲେ। ସଂଧ୍ୟାରେ ସାଳନ୍ଦୀ ହସ୍ ପିଟାଲ ମାଉସୀ ମନ୍ଦିରରେ ଦିଅଁମାନେ ପହଂଚି ସେଠାରେ ୭ଦିନ ପୂଜା ପାଇ ବାହୁଡ଼ା ବିଜେ କରିବାର କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥ ମନ୍ଦିର ଗବସାହୀ ରଥଯାତ୍ରା କମିଟିର ସଭାପତି ଡାକ୍ତର ପ୍ରଭାସ କୁମାର ମହାନ୍ତି, ସଂପାଦକ ନେପାଳ ଚନ୍ଦ୍ର ଦାସ, କମିଟିର କର୍ମକର୍ତ୍ତା ସୁକାନ୍ତି ଗୋସ୍ୱାମୀ, ମୁକ୍ତିକାନ୍ତ ମଲ୍ଲିକ, ଆନନ୍ଦ ଚନ୍ଦ୍ର ଦାସ, ବଂଶୀଧର ବେଉରିଆ, ପ୍ରଶାନ୍ତ କୁମାର ଦାସ (ସାନ୍ତୁ), ଅଶ୍ୱିନୀ କୁମାର ଦାସ, ରାଜେଶ କୁମାର ଦାସ, ମହେଶ ଦାସ, ପରମାନନ୍ଦ ସାହୁ (ବାଳିବାବୁ), ଗୟାଧର ପଣ୍ଡା, ତ୍ରିଲୋଚନ ଦାସ, ସୀତାକାନ୍ତ ଦାସ, ଉମେଶ ନାୟକ, ଦୟାନିଧି ମହାରାଣା, ଶ୍ରୀମତି କାନନବାଳା ଆଚାର୍ଯ୍ୟ, ଯତିଶ ଚନ୍ଦ୍ର ରାଏ, ସଂଜୟ କୁମାର ମଲ୍ଲିକ, ଚିତରଂଜନ ଜେନା, ଜିତେନ୍ଦ୍ର ଦାସ, ଦୂର୍ଗାଚରଣ ଦାସ, ବିଜୟ କୁମାର ମହାନ୍ତି, ପ୍ରକାଶ କୁମାର ମହାନ୍ତି, କେଶବ କର, ଶିବାନୀ ମାଝୀ ପ୍ରମୁଖ ଏହି ଉତ୍ସବରେ ସକ୍ରିୟ ସହଯୋଗ କରିଥିଲେ। ପ୍ରାୟ ୫ ହଜାର ଲୋକଙ୍କ ସମାଗମରେ ଏହି ରଥଯାତ୍ରା ପାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *