ଭଦ୍ରକର ବହୁ ଚର୍ଚ୍ଚିତ ଧାମନଗର ଡବଲ ମର୍ଡର ଓ ବଳତ୍କାର ଘଟଣା, ଧରମପୁଅ ବାବୁଆ କୋର୍ଟରେ ହତ୍ୟାକୁ ଅସ୍ୱୀକାର କଲା, ହରଡଘଣାରେ ପୁଲିସ୍

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ଧାମନଗର ଡବଲ ମର୍ଡର ଓ ବଳାତ୍କାର ଘଟଣାକୁ ବାବୁଆ କୋର୍ଟରେ ଆଜି ଅସ୍ୱୀକାର କରିବା ପରେ ହରଡଘଣାରେ ପଡିଛି ପୁଲିସ୍। ଏଠାରେ ସୂଚନାଯୋଗ୍ୟ ଗତ ୨୯ ତାରିଖ ରାତିରେ ଧାମନଗର ଥାନା ଅଧିନସ୍ଥ ଦଇପୁର ତାଳସିଠା ଗ୍ରାମନିବାସୀ ବାବୁଆ ଓରଫ ଗୋପୀନାଥ ପୂର୍ବ ଶତ୍ରୁତାର ପ୍ରତିଶୋଧ ଓ ୨ ଲକ୍ଷ ଟଙ୍କା ପାଇଁ ସେହି ଗ୍ରାମର ରବିନ୍ଦ୍ର ବେହୁରିଆ ଓ ତାଙ୍କ ପତ୍ନୀ ଭକ୍ତିଲତାକୁ ହତ୍ୟା କରିବା ପରେ ତାଙ୍କ କଲେଜ ପଢୁଆ ନାବାଳିକା କନ୍ୟାକୁ ବଳାତ୍କାର କରିଥିଲା। ତେବେ ସେ ପୁଲିସ୍ ନିକଟରେ ନିଜର ହତ୍ୟା ଓ ବଳାତ୍କାରକୁ ସ୍ୱୀକାର କରିଥିବାବେଳେ ଆଜି ଅତିରିକ୍ତ ଜିଲ୍ଲା ଜଜ ତଥା ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସ୍ୱତନ୍ତ୍ର କୋର୍ଟରେ ବାବୁଆକୁ ହାଜର କରାଯିବା ପରେ ସେଗୁଡିକ ସେ କରିନାହିଁ ବୋଲି ସ୍ୱୀକାର କରିଛି। ଏଠାରେ ସୂଚନାଯୋଗ୍ୟ ଗିରଫ ଦିନ ପୁଲିସ ଏବଂ ଗଣମାଧ୍ୟମ ଅଗରେ ଦୋଷ ସ୍ୱୀକାର କରି ଧରମ ବାପା ରବୀନ୍ଦ ଓ ଧରମ ମାଆ ଭକ୍ତିଲତାଙ୍କୁ କିଭଳି ପଥର (ଶିଳ)ରେ ଛେଚି ମାରିବା ସହ ଧରମ ଭଉଣୀଙ୍କୁ ବଳାକ୍ରାର କରିଥିଲା, ସେ ସଂପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲା। ମାତ୍ର ଆଜି ବାବୁଆ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ଏହାଛଡା ତା ବିରୁଦ୍ଧରେ ହୋଇଥିବା ମିଥ୍ୟା ମକଦ୍ଦମାକୁ ବିରୋଧ କରି କୋର୍ଟରେ ମାମଲା ଲଢିବାକୁ ପ୍ରସ୍ତୁତ ରହିଛି ବୋଲି କହିଥିଲା। ଯାହାକୁ ନେଇ ଧାମନଗର ପୁଲିସର ଚିନ୍ତା ବଢି ଯାଇଛି। ଅନ୍ୟପକ୍ଷରେ ପୁଲିସ ସେିଦିନ ରେକର୍ଡ କରିଥିବା କାଗଜପତ୍ର ସହିତ ଭିଡିଓ ରେକର୍ଡି ଏବଂ ଗଣମାଧ୍ୟମରେ ପ୍ରଚାରିତ ଖବରର ଭିଡିଓ କ୍ଲିପିଂଙ୍କୁ ରେକର୍ଡକୁ ପ୍ରମାଣ ଭାବେ ଗ୍ରହଣ କରିବାକୁ କୋର୍ଟକୁ ପ୍ରାର୍ଥନା କରିଛି। କୋର୍ଟ ଧାମନଗର ପୁଲିସକୁ ଉପଯୁକ୍ତ ପ୍ରମାଣ ସଂଗ୍ରହ କରି ୪ମାସ ମଧ୍ୟରେ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହା ସହିତ ଆଜି ବାବୁଆକୁ ପୁଣି ଜେଲ ହାଜତକୁ ପଠାଇ ଦିଆ ଯାଇଛି। ବାବୁଆଙ୍କ ପକ୍ଷରୁ ଆଜି ସୁଦ୍ଧା ମାମଲା ପରିଚାଳନା କରିବା ପାଇଁ କୌଣସି ଓକିଲ ଆବେଦନ କରି ନ ଥିବାରୁ ସରକାରଙ୍କ ତରଫରୁ ଷ୍ଟେଟ ଡିଫେନ୍ସ କାଉନସେଲ ଭାବେ ଓକିଲ ହରିହର ଧଳକୁ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ ଗତ ୨୯ ତାରିଖରେ ଧାମନଗର ଥାନା ଦଇପୁର ପଞ୍ଚାୟତର ତାଳସିଠା ଗ୍ରାମର ରବୀନ୍ଦ୍ର ବେହୁରିଆଙ୍କୁ ହତ୍ୟାକରି ବାବୁଆ ଓରଫ ଗୋପୀନାଥ ମହାନ୍ତି କାଳିତୀରା କେନାଲକୁ ଫିଙ୍ଗି ଦେଇଥିବା ବେଳେ ଘରକୁ ଯାଇ ଧରମ ମାଆ ଭକ୍ତିଲତାଙ୍କୁ ଛେଚି ହତ୍ୟା କରିଥିଲା। ପରେ ତାଙ୍କ ନାବାଳିକା କନ୍ୟାଙ୍କୁ ଦୁଷ୍କର୍ମ କରିଥିଲା। ପୁଲିସ ବାବୁଆକୁ ଭୁବନେଶ୍ୱରରୁ ଗିରଫ କରି ଆଣିବା ପରେ ବାବୁଆ ସମସ୍ତ ଦୋଷ ସ୍ୱୀକାର କରିଥିଲା। ତେବେ ପିଲା ଦିନରୁ ରହିଥିବା ରାଗର ପ୍ରତିଶୋଧ ନେବାକୁ ବାବୁଆ ଏହି ହତ୍ୟା କରିଥିବା ନିଜେ ସ୍ୱୀକାର କରିଥିବା ବେଳେ ୨ଲକ୍ଷ ଟଙ୍କା ହାତେଇବା ପାଇଁ ବାବୁଆ ଏହି ମର୍ଡର କରିଛି ବୋଲି ଏସପି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ। ଏହି ସମୟରେ ବାବୁଆ ଠାରୁ ଭକ୍ତିଲତାଙ୍କ ଗହଣା, ରବୀନ୍ଦ୍ରଙ୍କ ମୋବାଇଲ ଜବତ କରିଥିଲା। ତେବେ ପ୍ରକାଶ ଥାଉକି ବାବୁଆ ଦୁଇଟା ମର୍ଡର କରିଥିଲେ ମଧ୍ୟ ଟଙ୍କା ହାତେଇବାକୁ ସକ୍ଷମ ହୋଇ ପାରି ନ ଥିଲା। ବରଂ ପୁଲିସ ଭକ୍ତିଲତାଙ୍କ ଆଲମୀରାରୁ ୬୦ ହଜାର ଟଙ୍କା ଉଦ୍ଧାର କରିଥିଲା। ଯାହାକୁ ତାଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ଟଙ୍କାକୁ ରବୀନ୍ଦ୍ରଙ୍କ ପୁଅ ଶେଖର ବେହୁରିଆକୁ ଦିଆ ଯାଇଥିବା ପୁଲିସ ସୂତ୍ରରୁ ଜଣା ଯାଇଛି।

Leave a Reply

Your email address will not be published. Required fields are marked *