ଜିଲ୍ଲା ପରିକ୍ରମା

ଭଦ୍ରକର ନୂତନ ଏସ୍ପି ଭାବେ ରାଜେଶଙ୍କ ପଣ୍ଡିତଙ୍କ ଦାୟିତ୍ୱ ଗ୍ରହଣ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭଦ୍ରକର ନୂତନ ଏସ୍ପି ଭାବେ ରାଜେଶ ପଣ୍ଡିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅପରାହ୍ନ ପ୍ରାୟ ୪ଟାରେ ଜିଲା ପୁଲିସ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ ବିଦାୟୀ ଭଦ୍ରକ ଏସ୍ପି ବାତୁଲ ଗଙ୍ଗାଧରଙ୍କ ଠାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ଜିଲା ପୁଲିସ୍ କାର୍ଯ୍ୟାଳୟର ବହୁ ପଦାଧିକାରୀ ଓ କର୍ମଚାରୀମାନେ ବିଦାୟୀ ଏସ୍ପିଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେଇଥିବାବେଳେ ନୂତନ ଏସ୍ପିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଓଡିଶା କ୍ରାଇମବ୍ରାଞ୍ଚ ସିଆଇଡିର ଏସ୍ପି ଥିବା ଶ୍ରୀ ରାଜେଶଙ୍କୁ ଭଦ୍ରକକୁ ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍ପି ବାତୁଲ ଗଙ୍ଗାଧରଙ୍କୁ କଳାହାଣ୍ଡି ଜିଲ୍ଲା ଏସ୍ପି ଭାବେ ବଦଳି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top