ଭଦ୍ରକର ଦେବାଦେବୀ ପୁସ୍ତକ ଲୋକାର୍ପିତ

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଜ୍ୟୋର୍ତିବିଦ୍ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ଆଧ୍ୟାତ୍ମିକ ପୁସ୍ତକ ‘ଭଦ୍ରକର ଦେବାଦେବୀ’ ଲୋକାର୍ପିତ ବୁଧବାର ଦିନ ହୋଇଛି। ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ଉପରାଷ୍ଟ୍ରପତି ଏମ୍ . ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକର ଦେବାଦେବୀ ପୁସ୍ତକର ଉନ୍ମୋଚନ କରିଥିଲେ। ଉପରାଷ୍ଟ୍ରପତି ଏହି ଅବସରରେ ଭାରତ ବର୍ଷର ସୁପ୍ରାଚୀନ ଧର୍ମୀୟ ଭାବ ଧାରା ସଂପର୍କରେ ଆଲୋକପାତ କରି ଏହାର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରୀ ମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକ ରାଜ୍ୟ ବାସୀଙ୍କ ପାଇଁ ଅନେକ ଉପାଦେୟତା ରଖୁଥିବା କହିଥିଲେ। ଦେବାଦେବୀ ପୁସ୍ତକ ସଂପର୍କରେ ଲେଖକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଭଦ୍ରକ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *