ଜିଲ୍ଲା ପରିକ୍ରମା

ଭଦ୍ରକର ଜିଲ୍ଲାମହୋସôବ ଭଦ୍ରାୟଣୀର ଚତୁର୍ଥ ସଂନ୍ଧ୍ୟାରେ :ଦର୍ଶକଙ୍କ ଆକର୍ଷଣ ଘୁମୁରନୃତ୍ୟ ଓ କଲବେଲିୟା ନୃତ୍ୟ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଳା ମହୋସôବ ଭଦ୍ରାୟଣୀର ଚତୁର୍ଥ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁଦୂର କଳାହାଣ୍ଡୀ ଜିଲ୍ଲାସଂସ୍କୃତି ପରିଷଦ ପକ୍ଷରୁ ଘୁମୁରାନୃତ୍ୟ  ଓ ରାଜସ୍ଥାନ କୋଟା ଚକରିନୃତ୍ୟସଂସ୍ଥା ପକ୍ଷରୁ  କଲବେଲିୟାନୃତ୍ୟ ବିଭିନ୍ନ କୌଶଳରେ ପରିବେଷଣ କରାଯାଇଥିଲା । ସେହିପରି  କେରଳର  କଲରୀପୟଟୁ ଅନୁଷ୍ଠାନର କର୍ମକର୍ତ୍ତା ଓ ଭଦ୍ରକର ମନ୍ଦିରା ଡ଼େନ୍ସ ଏକାଡ଼େମୀ ପକ୍ଷରୁ  କଳାକାର ମାନେ  ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କର ଆକର୍ଷଣ ପାଲଟି ଥିଲା । ଗତକାଲି ରବିବାର ଥିବାରୁ ଭଦ୍ରକ ନେହେରୁ ଷ୍ଟାଡ଼ିୟମରେ ହଜାର ହଜାର ଲୋକମାନେ  ସନ୍ଧ୍ୟା ୬ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ ।  ରାଜ୍ୟବାହାରର କଳାକାର ମାନଙ୍କର ଆକର୍ଷଣ ନୃତ୍ୟକୁ ଦେଖିବା ପାଇଁ ପ୍ରବଳ ଭୀଡ ପରିଲକ୍ଷିତ ହୋଇଥିଲା ।ଭଦ୍ରକ  ନେହେରୁ ଷ୍ଟାଡିୟମଠାରେ ଭଦ୍ରକ  ଜିଲ୍ଲାପ୍ରଶାସନ ପକ୍ଷରୁ  ଜିଲ୍ଲାମହୋସôବ, ଓରମାସ  ପକ୍ଷରୁ ପଲ୍ଲିଶ୍ରୀମେଳ,ଜିଲ୍ଲା କଳାସଂସ୍କୃତି ସଂଘ ପକ୍ଷରୁ ପାରମ୍ପାରିକ ଲୋକକଳା ଏବଂ କୃଷିମହୋସôବ ମିଳିତ ଆନୁକୂଲ୍ୟରେ ଭଦ୍ରାୟଣୀ  ମହୋସôବ ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପଳ୍ଲୀଶ୍ରୀମେଳା ସକାଳ ୧୦ଟାରୁ ରାତ୍ର୧୦ଟା ପର୍ଯ୍ୟନ୍ତ  ଖୋଲା ରହିଛି ।  ଜିଲ୍ଲା ହେବାଠାରୁ ଏଭଳି ମହୋସôର ସାଜ୍ଜସଜାଠାରୁ ଆଲୋକସଜ୍ଜା  କଳାକାରଙ୍କ ପାଇଁ ଅତାଧୁନିକ ରଙ୍ଗମଞ୍ଚ ପେଣ୍ଡଲ ପୂବ୍ର୍ରରୁ କେବେ ଦେଖିବାକୁ ମିଳି ନ ଥିଲା ।  ଏହିଭଳି ମହୋସôବ ପ୍ରତିବର୍ଷ ଜିଲ୍ଳାପ୍ରଶାସନ ପକ୍ଷରୁ ପାଳନ କରାଯିବାକୁ ବିଭିନ୍ନ ମହଲରେ ଆଲୋଚ୍ୟ ବିଷୟ ହୋଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନଦାସ ଙ୍କ ତତ୍ତ୍ୱାବଧାନରେ ଏହି ମହୋସôବ ପାଳନ କରାଯାଉଅଛି । ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉପଜିଲ୍ଳାପାଳ ନରୋତ୍ତମ ବେହେରା, ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲିପ୍ ସାହ. ଡ଼େପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଜିଲ୍ଲା ସ୍ୱଳ୍ପ ସଞ୍ଜୟ ଅଧିକାରୀ ପଦ୍ୱନ୍ନ ରାୟ, ଡ଼େପୁଟି କଲେକ୍ଟର ଜୟଶ୍ରା ସେନାପତି,ସୂଚନାବିଜ୍ଞାନ ଅଧିକାରୀ ବିଜୟକୁମାର ମିଶ୍ର,ସୁଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖଚନ୍ଦ୍ର ବେହେରା,ଓରମାସର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଗୁଣ୍ଡିଚା ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ମହୋସôବକୁ ପରିଚାଳନା କରୁଛନ୍ତି । ଏହି ମହୋସôବକୁ କିପରି ଶାନ୍ତି,ଶୃଙ୍ଖଳାର ସହ ପରିଚାଳନା ହେବା ସହ ଦର୍ଶକମାନେ ଭଲଭାରେ ମହୋସôବୁ ଉପଭୋଗ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହୁ ପକ୍ଷରୁ  କଢାପୋଲିସ ବ୍ୟବସ୍ଥାଗ୍ରହଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top