ଜିଲ୍ଲା ପରିକ୍ରମା

ଭଦ୍ରକର କାନ୍ତକବି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ଭଦ୍ରକ, ୧୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ବାହାଦଲପୁରସ୍ଥିତ କାନ୍ତକବି ଉଚ୍ଚବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବାର୍ଷିକ ଉସ୍ôବକୁ ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉସ୍ôବରେ ବିଧାୟକ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଶିକ୍ଷାପ୍ରତି ଅନୁପ୍ରାଣିତ ହେବା ସହ ବିଦ୍ୟାଳୟର ଟେକ ରଖିବା ପାଇଁ ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଭାବେ ବଉଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସମାଜସେବୀ ନିରାକାର ଜେନା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଜେଡ଼ି ନେତା ରାଧାକାନ୍ତ ସାମଲ, ପ୍ରହଲ୍ଲାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ମହାଳିକ, ଜଗଦଲପୁରର ସରପଞ୍ଚ ଶ୍ୟାମାମଞ୍ଜରୀ ଜେନା, ସମିତିସଭ୍ୟା ରାଜେନ୍ଦ୍ର ଜେନା, ସମାଜସେବୀ ବଙ୍କବିହାରୀ ରାଉତ, ମାୟାଧର ପଣ୍ଡା ଓ ବିଜୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଶିକ୍ଷକ ଯତୀନ୍ଦ୍ର କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରତ୍ନାକର ଶତପଥି ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ରଙ୍କ ରଚିତ ‘ସବୁଥିରୁ ମତେ ବଞ୍ଚିତ କରି’ କବିତା ପରିବେଷଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି ଉସ୍ôବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଗ୍ରାମବାସୀ ପକ୍ଷରୁ ରାଜୀବ ଭଞ୍ଜ ଓ କାଳନ୍ଦି ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top