ଜିଲ୍ଲା ପରିକ୍ରମା

ଭଦ୍ରକରେ ୫୬ତମ ଗୃହରକ୍ଷୀ ଦିବସ ପାଳିତ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୃହରକ୍ଷୀ ବିଭାଗ ବିନା ପୁଲିସ୍ ବିଭାଗ ଅସଂପୂର୍ଣ୍ଣ । ପ୍ରତିକୂଳ ପରିସ୍ଥିତିରେ ଗୃହରକ୍ଷୀ ନିଃସ୍ୱାର୍ଥପର ଭାବେ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରୁଛନ୍ତି ବୋଲି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ମତବ୍ୟକ୍ତ କରିଛନ୍ତି । ଚରମ୍ପା ରିଜର୍ଭ ପୁଲିସ୍ ପଡିଆରେ ଅନୁଷ୍ଠିତ ୫୬ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗୃହରକ୍ଷୀ ଡିଜିଙ୍କ ବାର୍ତ୍ତା ପଢିଥିଲେ । କଂପାନୀ କମାଣ୍ଡାଣ୍ଟ ବରୁଣ ମିତ୍ରଙ୍କ ନେତୃତ୍ୱରେ ପେରେଡ୍ ଅନୁଷ୍ଠିତ ହୋଇଥିଲା । ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଓ କୈଳାଶ ଚନ୍ଦ୍ର ପରିଡା, ଭଦ୍ରକ ଏସ୍ଡିପିଓ ଜଳନ୍ଧର ଜାଲି,  ଡିଆଇବି ଡିଏସ୍ପି ଅଶୋକ ଦାସ, ଡିଆଇବି ଇନ୍ସିପେକ୍ଟର କମଳ ଲୋଚନ ଭୂୟାଁ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ ସାହୁ,  ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ  ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top