ଓଡ଼ିଶା

ଭଦ୍ରକରେ ୧୩ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା ୫ ରୁ ଆରମ୍ଭ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ନେହେରୁ ଷ୍ଟାଟାଡିୟମରେ ‘ସେଣ୍ଟର ଫର ନେଚୁରାଲ ଏଣ୍ଡ ହ୍ୟୁମାନ ରିସୋର୍ସେସ’ ପକ୍ଷରୁ ୧୧ତମ ଉତ୍ତର ଓଡିଶା ବାଣିଜ୍ୟ ମେଳା-୨୦୧୮ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଳା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ଉପଲକ୍ଷେ ଏହି ମେଳାର ସଫଳତା ନେଇ ଏକ ସ୍ୱତନ୍ତ୍ର ବୈଠକ ଆଜି ବାଣିଜ୍ୟମେଳାର ସଭାପତି ସତ୍ୟେନ୍ଦୁ କୁମାର ମହାପାତ୍ର ଓ ସଂଯୋଜକ ସଂଜୀବ ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟର କୁଟୀର ଶିଳ୍ପ, ହସ୍ତତନ୍ତ, ବେତ, କଂସା, ପିତ୍ତଳ ଓ କାଇଁଚ ନିର୍ମିତ ସାମଗ୍ରୀ, ଘରୋଇ ଉପକରଣ ସହ ଆମ ରାଜ୍ୟର ୩୦ଟି ଜିଲାରେ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ହାତ ତିଆରି ସାମଗ୍ରୀ, ପିପିଲି ଚାନ୍ଦୁଆ, କାଗଜ ନିର୍ମିତ ଫୁଲ, ବରହମପୁର ଆଚାର, ବଡି, ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲା ଶିଳ୍ପ କେନ୍ଦ୍ର ଓ ନାବାର୍ଡ ଦ୍ୱାରା ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ପ୍ରଦର୍ଶିତ ହେବ। ଏହା ସହିତ ଉତ୍ତର ଓଡିଶାର ସାମାଜିକ ଓ ସାଂସ୍କୁତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱତିତ କରିବା ପାଇଁ ବିଭିନ୍ନ ଶିକ୍ଷଣୀୟ ଓ ମନୋରଂଜନ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହି ବାଣିଜ୍ୟମେଳାରେ ଓଡ଼ିଶୀ, ଗୋଟିପୁଅ, ଆଧୁନିକ ଆମ ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି ବହୁ ନୃତ୍ୟସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହେବାକୁ ଥିବାବେଳେ ଲିଟିଲ ମିସ, ଲିଟିଲ ମାଷ୍ଟର ପ୍ରତିଯୋଗିତା, ଆଧୁନିକ ଓ ପାରମ୍ପରିକ ନୃତ୍ୟଭଳି କାର୍ଯ୍ୟକ୍ରମ ମାନ ପ୍ରଦର୍ଶିତ ହେବ। ଏବଂ ବହୁ ପ୍ରତିଷ୍ଠିତ ଓ ନୂତନ ପ୍ରତିଭାଧରଙ୍କୁ ଏହି ମେଳାରେ ସମ୍ମାନିତ କରାଯିବ। ମେଳାରେ ଚାଟ ଦୋକାନଏବଂ ସମସ୍ତ କିସମର ଅତ୍ୟାଧୁନିକ ଠାରୁ ଘରକରଣା ଜିନିଷ ଏଠାରେ ଉପଲବ୍ଧି ହେବ। ବିଶେଷ କରି ପୂର୍ବବର୍ଷ ମାନଙ୍କ ଭଳି ବିଦ୍ୟୁତ ରାମଦୋଳି, ବ୍ରେକ୍ ଡ୍ୟାନ୍ସ ଓ ନୌକା ବିହାର ଭଳି ଛୋଟ ପିଲାମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ଖେଳ ପ୍ରଦର୍ଶିତ ହେବ। ଓଡ଼ିଆ ଚଳଚ୍ଚିତ୍ରର ବହୁ ନାମୀଦାମୀ କଳାକାର ମାନଙ୍କ ସହ ଯାତ୍ରା ଜଗତର ବହୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଏହି ମେଳାରେ ଦେଖିବାକୁ ମିଳିବ। ଏଣୁ ଏହି ମେଳାରେ ଉତ୍ତର ଓଡିଶାର ଜନ ସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବା ପାଇଁ ମିଡିଆ ସେଲ୍ ଚେୟାରମ୍ୟାନ୍ ପ୍ରମୋଦ ରାୟ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top