ଜିଲ୍ଲା ପରିକ୍ରମା

ଭଦ୍ରକରେ ଡ଼. ବି ଆର ଆମ୍ବେଦକରଙ୍କ ୧୨୭ତମ ଜୟନ୍ତି ପାଳିତ

ଭଦ୍ରକ, ୧୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକରେ ଡ଼. ବି ଆର ଆମ୍ବେଦକରଙ୍କ ୧୨୭ ତମ ଜୟନ୍ତି ଉସôବ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି । ଉକ୍ତ ଉସôବକୁ  ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମିଶ୍ର ଯୋଗଦେଇ ଡ଼. ବାବା ସାହେବ ଆମ୍ବେଦକର ସମାଜରେ ସମତା ପ୍ରତିଷ୍ଠା ନିମିତ୍ତ ତାଙ୍କ ସଂଘର୍ଷମୟ ଜୀବନକୁ ଉସôର୍ଗ କରିଥିଲେ । ସ୍ୱାଧିନତା ଓ ସମ୍ବିଧାନ ଏ ଦୁଇଟି ମଧ୍ୟରେ ସମନ୍ୱୟ ରହିଲେ ରାଷ୍ଟ୍ରର ସର୍ବାଙ୍ଗିନ କଲ୍ୟାଣ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତି କରିଥିଲେ । ସମ୍ମାନ୍ୱିତ ଅତିଥିଭାବେ ଡ଼େପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏମ ଏ ନବି ଜିଲ୍ଲା ଦଳିତ ମଞ୍ଚର ସଭାପତି ରାଜେନ୍ଦ୍ର ପ୍ରସାସ ଜେନା ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ଜୀବନୀ ଓ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଏମଏ ଫାରୁକ, ଶିକ୍ଷାବିତ୍ ବାଇଧର ସାହୁ ଲଲାଟେନ୍ଦୁ ମହାନ୍ତି ସମେତ ବହୁ ବୁଦ୍ଧିଜୀବି ଶିକ୍ଷାବିତ୍ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶେଷରେ ଡ଼ିଆଇପିଆରଓ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉସôବକୁ ବଳିଷ୍ଟ କିରାଣୀ ତାପସ ନାୟକ, ଅମରଜିତ୍ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top