ଭଦ୍ରକରେ ଡ଼ି.ଏମ୍ -ଡ଼୍ୟାସବୋର୍ଡ଼ (ଦର୍ପଣ) ଉଦ୍ଘାଟିତ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ପାଇଁ ଦର୍ପଣ ଡ଼ି.ଏମ୍- ଡ଼୍ୟାସବୋର୍ଡ଼ (ଦର୍ପଣ) ୱେବ୍ସାଇଟ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ପରିସରରେ ଉଦ୍ଘାଟିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ରାଜ୍ୟ ସୂଚନା ବିଜ୍ଞାନଅଧିକାରୀ ପ୍ରତିଭା ସିଂଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନଦାସ କମ୍ପୁ୍ୟଟର ବଟମ୍ ଦବାଇ ଉକ୍ତ ୱେବ୍ ସାଇଡ଼ କୁ ଉଦ୍ଘାଟନ କରିଥିଲେ। ଜିଲ୍ଲାସୂଚନାବିଜ୍ଞାନ ଅଧିକାରୀ ବିଜୟ ମିଶ୍ରଙ୍କ ଦ୍ୱାରା ଆହୁତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ ନରୋତ୍ତମ ବେହେରା ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପ୍ରତିଭା ସିଂ ରାଜ୍ୟ ସରକାରଙ୍କର ଏହି ଦର୍ପଣ ଯୋଜନାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଉଦ୍ଘାଟକ ଜିଲ୍ଲାପାଳ ଜ୍ଞାନ ଦାସ ୱେବ୍ ସାଇଟ୍ ମାଧ୍ୟମରେ ପ୍ରଗତୀର ତଥ୍ୟ ଆହରଣ ଓ ସମାୟୋଜନ ନେଇ ଆଶାବ୍ୟକ୍ତ କରିଥିଲେ। ଦର୍ପଣର ପ୍ରକଳ୍ପର ସଂଯୋଜକ ସୁଜାତା ଦାସ ୱେବସାଇଡ଼୍ର ଉପଯୋଗିତା ଓ କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ରଖିଥିବା ବେଳେ ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଏ.କେ ହୋତା ଏହି ୱେବ୍ସାଇଡ଼ ମାଧ୍ୟମରେ ଜିଲ୍ଳାପାଳମାନେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସ୍ଥିତି ଅନୁଧ୍ୟାନ କରିପାରିବେ, ସେ ନେଇ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲସ୍ତରୀୟ ଅଧିକାରୀମାନେ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *