ଜିଲ୍ଲା ପରିକ୍ରମା

ଭଦ୍ରକରେ ହସ୍ତତନ୍ତ ବସ୍ତ୍ରପ୍ରଦର୍ଶନୀ ଓ ବିକ୍ରୟର ଶୁଭାରମ୍ଭ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସଂସ୍କୃତିଭବନ ପରିସରରେ ହସ୍ତତନ୍ତ୍ର ବସ୍ତ୍ର ପ୍ରଦର୍ଶନୀ ଓ ବିକ୍ରୟ ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀକୁ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ହସ୍ତତନ୍ତ ପ୍ରଦର୍ଶନୀରେ ଓଡିଶାର କୁଶଳୀ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତି ସାମଗ୍ରୀ ରାଜ୍ୟ ଓ ଦେଶର ସୁନାମ ଆଣିଛି ବୋଲି ଜିଲ୍ଲାପାଳଶ୍ରୀ ଦାସ କହିଥିଲେ।ଏହି ପ୍ରଦର୍ଶନୀ ଓବିକ୍ରୟ ଭଦ୍ରକ ସଂସ୍କୃତି ଭବନ ପରିସରରେ ମେ ୭ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାର କୁଶଳୀ କାରିଗର ଓ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତି ହୋଇଥିବା ବିଭିନ୍ନ ଶାଢୀ, ଲୁଙ୍ଗୀ, ଚଦର, ଡ଼୍ରେସ କପଡ଼ା, ଧୋତି, ଗାମୁଛା, ବେଡସିଟ ଓ ଅନ୍ୟାନ୍ୟ ହସ୍ତତନ୍ତ୍ର ଲୁଗା ସୁଲଭ ମୂଲ୍ୟରେ ବିକ୍ରିକରାଯିବ। ଏହି ବିକ୍ରୟ ଉପରେ ୧୦ପ୍ରତିଶତ ସରକାରୀ ରିହାତି ମୂଲ୍ୟରେ ଜିନିଷ ମାନ ଲୋକମାନଙ୍କୁ ବିକ୍ରୟ କରାଯିବ। ପ୍ରତିଦିନ ସକାଳ ୧୦ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ଭଦ୍ରକର ଜନସାଧାରଣ ମାନେ ନିଜର ଆବଶ୍ୟକତା ଅନୁଯାୟୀ ବସ୍ତ୍ରସାମଗ୍ରୀ ସୁଲଭ ମୂଲ୍ୟରେ କ୍ରୟକରିବାର ସୁଯୋଗ ନିଅନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ, ବାଲେଶ୍ୱର ଗୋଲାପି ଗୋପାରାଣୀ ମୁର୍ମ୍ମୁ, ବୟନ ନିରୀକ୍ଷକ ଅରୁଣ କୁମାର ବେହେରା, ବୟନତ୍ତାବଧାରକ କ୍ଷୀରୋଦ କୁମାର ପାଲ, ବୈଷୟିକ ସହାୟକ ଏକାଦଶୀ ମହାରାଣା ଓ ଅର୍ପର୍ଣ୍ଣା ଜେନା, ଓରମାସର କାର୍ଯ୍ୟନିବାର୍ହୀ ଗୁଣ୍ଡିଚା ବେହେରା, ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମେତ ଗଣମାଧମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top