ଜିଲ୍ଲା ପରିକ୍ରମା

ଭଦ୍ରକରେ ହଜ୍ ଓ ଉମରା ଶିବିର

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭଦ୍ରକ ହଜ୍ କମିଟି ଆନୁକୁଲ୍ୟରେ ହଜ୍ ଓ ଉମରାକୁ ଯାଉଥିବା ତୀର୍ଥ ଯାତ୍ରୀଙ୍କ ପାଇଁ ମଦିନା ମଇଦାନ ଠାରେ ଦୁଇଦିନ ଧରି ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଦୁଇଶହରୁ ଉର୍ଦ୍ଧ ହଜ୍ ଯାତ୍ରୀ ଏହି ଶିବିରରେ ଯୋଗଦେଇଥିଲେ। ହଜ୍ ଓ ଉମରା ସମୟରେ ହାଜି ମାନଙ୍କୁ ବିଭିନ୍ନ ନୀତି ନିୟମ ପାଳନ କରିବାର ପ୍ରଣାଳୀ ବିଦେଶରେ ଖାଇବା ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ଜାବତୀୟ ସୂଚନା, ବିଭିନ୍ନ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିପାରିବେ ତାହାର ସୂଚନା ଇତ୍ୟାଦି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଧାର୍ମୀକ ବିଶାରଦ ତଥା ହଜ ଓ ଉମରା ପ୍ରଶିକ୍ଷକ ମୌଲନା ସେୟଦ୍ ଅବଦୁଲ୍ ମସ୍ଜୁଦ ହବିବାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ତାଙ୍କ ସହିତ ମୌଲାନା ମହମ୍ମଦ ହନିଫ୍, ମୌଲାନା ଗୋଲାମ ଗୋସ୍ ଓ ଅନ୍ୟାନ୍ୟ ପ୍ରଶିକ୍ଷକମାନେ ଆଗନ୍ତୁକ ହଜ୍ୟାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରଶ୍ନୋତର ମାଧ୍ୟମରେ ଶିବିରଟି ଉଜ୍ଜାପିତ ହୋଇଥିଲା। ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ଏମ୍.ଏସ.କେ କମ୍ପାନୀର ପାର୍ଟନର ମିର୍ଜା ଇସ୍ଲାମ୍ ବେଗ, ସଲିମ୍ ଖାଁ, ସେକ୍ ସେରାଜଙ୍କ ପୃଷ୍ଟପୋଷକତାରେ ଅନୁଷ୍ଠିତ ଶିବିରରେ କମିଟିର ସଭାପତି ହାଜୀ ସେଖ୍ ସୁଲତାନ୍, ସଂପାଦକ କାଉନ୍ସିଲର ଅସରଫ୍ ଅଲ୍ଳୀ ଖାନ, ସଭ୍ୟ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ସିନେଟ୍ ମେମ୍ବର ଏସ୍ଏମ୍ ଫାରୁକ୍ ହାଜି କାଶିମ୍ ଖାନ, ହାଜି ସେଖ୍ ଅନୱାର ହୋସେନ୍, ହାଜି ସେଖ୍ ଆଲ୍ଳାଉଦ୍ଦିନ୍, ଆଇନ୍ଜିବୀ ଜୁଲ ଫୁକାର ଅଲ୍ଲୀ, ଶିକ୍ଷାବିତ୍ ଅଧ୍ୟାପକ ନାସିର୍ ବକ୍ସ, ମିର୍ଜା ଏକ୍ରାମ୍ ସାହେବ, ମିର୍ଜା ଏନାମ୍, ସେଖ୍ ରିଆଜୁଦ୍ଦିନ୍, ସୌୟଦ୍ ଅବଦୁସ ସୁବ୍ବୁହ, ସେକ୍ ମୁସ୍ତାକ୍ ଓ ହାଜି ମିର୍ଜା ଗୁଲଫାନ୍ ବେଗ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top