ଜିଲ୍ଲା ପରିକ୍ରମା

ଭଦ୍ରକରେ ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ମାନୀତ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର ବିଶିଷ୍ଟ ବାଗ୍ମୀ, ଇଂରାଜୀ ଭାଷା ସାହିତ୍ୟ ବିଷାରଦ, ଗବେଷକ, ଲେଖକ, ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଡ. ବ୍ରଜମୋହନ ମିଶ୍ର ଏବଂ ବିଶିଷ୍ଟ ବିଜ୍ଞାନ ସାହିତ୍ୟ ଲେଖକ, ବିଜ୍ଞାନ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭେଷଜ ବିଶେଷଜ୍ଞ ଡା. ଦୁର୍ଯେ୍ୟାଧନ ଦାସଙ୍କୁ ତାଙ୍କର ସାମଗ୍ରୀକ ସାହିତ୍ୟକୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ସମ୍ମାନିତ କରିବା ପାଇଁ ଘୋଷଣା ହେଲାପରେ ସମଗ୍ର ଭଦ୍ରକରେ ଖୁସିର ଲହରୀ ଖେଳିଯାଇଛି। ଭଦ୍ରକର ଅନେକ ସାହିତ୍ୟାନୁରାଗୀ ଓ ଅନୁଷ୍ଠାନ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ଦୁଇ ସାରସ୍ୱତ ସାଧକ ଡାକ୍ତର ଦାସ ଓ ଡ. ମିଶ୍ରଙ୍କୁ ଏକ ଭବ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି। ତ୍ୟାଗଭୂମୀ ସାଂସ୍କୃତିକ ସମ୍ମେଳନର ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ନାୟକଙ୍କ ସଭାପତିତ୍ୱ ଓ ଡାକ୍ତର ପ୍ରଭାସ କୁମାର ମହାନ୍ତିଙ୍କ ସଂଯୋଜନାରେ ଭଦ୍ରକ ମହେନ୍ଦ୍ର ଭବନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଶ୍ରୀଯୁକ୍ତ ଶଶଧର ଦାସ ସମ୍ମାନିତ ପ୍ରତିଭା ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ସାମଗ୍ରୀକ ସାହିତ୍ୟକୃତିର ସମୀକ୍ଷା କରିଥିଲେ। ବିଶିଷ୍ଟ ଗାଳ୍ପିକ ଓ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପବିତ୍ର କୁମାର ପାଣିଗ୍ରାହୀ ଓ ପ୍ରାଚୀନ କିର୍ତ୍ତୀରାଜିର ବିଶିଷ୍ଟ ଗବେଷକ, ସାହିତ୍ୟିକ, ଅଧ୍ୟାପକ ଶ୍ରୀଯୁକ୍ତ ଭାଗବତ ତ୍ରିପାଠୀ, ଡା. ଦୁର୍ଯେ୍ୟାଧନ ଦାସ ଓ ଡ. ବ୍ରଜମୋହନ ମିଶ୍ରଙ୍କର ସାମଗ୍ରୀକ ସାହିତ୍ୟକୃତୀ ସଂପର୍କରେ ଆଲୋକପାତ କରିଥିଲେ। ଭଦ୍ରକ ନାଗରିକ ସମାଜ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଶାନ୍ତନୁ କୁମାର ରାଉତ, ଭଦ୍ରକ ରୋଟାରୀ କ୍ଲବରୁ ସଭାପତି ଅଜିତ୍ କୁମାର ଦାସ, ଭଦ୍ରକ ଇଂଜିନିୟର୍ସ ସଂଘ ପକ୍ଷରୁ ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖା ପକ୍ଷରୁ ସଭାପତି ଇଂ. ଅଖିଳ କୁମାର ପାଢ଼ୀ, ତ୍ୟାଗଭୂମୀ ସାଂସ୍କୃତିକ ସମ୍ମିଳନୀ ପକ୍ଷରୁ ସଭାପତି ଅଜୟ କୁମାର ନାୟକ, ରିଜିୱାନୀଆ ୱେଲ୍ଫେୟାର ଆସୋସିଏସନ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଓ ଗବେଷକ ଶ୍ରୀଯୁକ୍ତ ଏମ୍. ଏ. ନବୀ, ସେବା ସାମାଜିକ ଅନୁଷ୍ଠାନର ଅଧ୍ୟକ୍ଷ ସୀତାକାନ୍ତ ଦାସ ପ୍ରମୁଖ ସମ୍ମାନିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ତମ୍ବକାର ଶ୍ରୀଯୁକ୍ତ ଅଭୟ କୁମାର ଦ୍ୱିବେଦୀ, ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମନୀନ୍ଦ୍ର କୁମାର ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ, ସାହିତ୍ୟିକ ଓ ଗବେଷକ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ, ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଆଦି ସମ୍ମାନୀତ ସାରସ୍ୱତ ସାଧକଙ୍କ ଜୀବନବ୍ୟାପି ସାହିତ୍ୟ ସାଧନା ଓ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ତାଙ୍କର ବଳିଷ୍ଠ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ଆଇନଜିବୀ ରାଖାଲ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ପଣ୍ଡା, କବି ବିମ୍ବାଧର ବ୍ରହ୍ମ, ସାହିତ୍ୟିକ ଗୋବର୍ଦ୍ଧନ ସାମଲ, ଶତୃଘ୍ନ ସାମଲ, ବାବୁଲା ଦାସ, ବସନ୍ତ ମିଶ୍ର, କରୁଣାକର ବେଉରିଆ, ରୋଟାରୀ କ୍ଲବର ସଦସ୍ୟ ନିର୍ମଳ ଚନ୍ଦ୍ର ମହାନ୍ତି, ଇନ୍ଦ୍ରଜିତ ସାହୁ, ବିଜୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ତପନ ମିଶ୍ର ପ୍ରମୁଖ ସେମାନଙ୍କର ଅଭିମତ ରଖିଥିଲେ। ଶେଷରେ ସମ୍ବର୍ଦ୍ଧନାର ଉତ୍ତର ରଖି ସମ୍ମାନୀତ ପ୍ରତିଭା ଦ୍ୱୟ ଭଦ୍ରକବାସୀଙ୍କର ଏହି ଭଲପାଇବା ସବୁଦିନ ଅତୁଟ ରହୁ ବୋଲି କାମନା କରିବା ସହ ଏହି ସମ୍ବର୍ଦ୍ଧନା ତାଙ୍କୁ ସାହିତ୍ୟ ସାଧନାରେ ଆହୁରୀ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଆଇନଜୀବୀ ତୁଷାରକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ଡ. ମିଶ୍ର ଓ ଡା. ଦାସଙ୍କ ସାହିତ୍ୟିକ ଚଲାପଥ କୁସୁମିତ ହେଉ ବୋଲି କାମନା କରିଥିଲେ। ପ୍ରକାଶ ଥାଉକି ଡା. ଦାସ ଓ ଡ. ମିଶ୍ରଙ୍କୁ ଆସନ୍ତା ଜୁଲାଇ ୨୬ ତାରିଖରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ହେବାକୁ ଥିବା ସାହିତ୍ୟ ଏକାଡ଼େମୀର ଏକ ବିଶେଷ ସମାରୋହରେ ସମ୍ମାନୀତ କରାଯିବା ପାଇଁ ଘୋଷଣା କରାଯାଇଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top