ଭଦ୍ରକରେ ସାମାଜିକସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣର ଯୋଜନାର ସଚେତନତା ତାଲିମ ଶିବିର

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଯୋଜନାର ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରକୁ ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତୀ ପ୍ରଫୁଲ୍ଲ ସାମଲ ପ୍ରଦୀପ ପ୍ରଜ୍ଜୋଳନ କରି ଉଦଘାଟନ କରିଥିଲେ। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ମହିଳା ଓ ଶିଶୁ ବିକାଶ ମନ୍ତୀ ପ୍ରଫୁଲ୍ଲା ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ ଭିନ୍ନକ୍ଷମ ବ୍ୟକ୍ତମାନେ କାହାରି ଦୟାର ପାତ୍ର ନୁହନ୍ତି। ସମାଜରେ ସେମାନଙ୍କର ବଞ୍ଚିବାର ଅଧିକାର ରହିଛି। ଆଇନଗତ ଦୃଷ୍ଠିରୁ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ସଜାଗ ଦୃଷ୍ଟି ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ। ସମ୍ମାନୀତ ଅତିଥିଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚ୍ଚିବ ନିତେନ ଚନ୍ଦ୍ର ବକ୍ତବ୍ୟରେ କହିଥିଲେ ଭିନ୍ନକ୍ଷମ, ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତି, କିନର ଓ ଅନ୍ୟାନ୍ୟ ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକ ମୁତାବକ ସରକାରଙ୍କର ବିଭିନ୍ନ ଜନହୀତ କର କାର୍ଯ୍ୟରେ ସାମିଲ କରାଯାଇ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ମଜବୁତ୍ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବନ୍ତ ବ୍ଲକକୁ ପାଇଲଟ ପ୍ରୋଜେକ୍ଟ ହିସାବରେ ନିଆଯାଇଛି ଏବଂ ଆର୍ଯ୍ୟବଟ ସଂସ୍ଥାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ସଚେତନତା ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ମହମ୍ମଦ ଅବଦୁଲ ରସିଦ୍, ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ବନ୍ତ ବ୍ଲକର ବିଡ଼ିଓ ମହେଶ ଚୌଧୁରୀ, ବନ୍ତ ବ୍ଲକର ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଡ଼େପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ସିଆରଏସଆର ଭଗବାନ ପରିଡା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ମନ୍ତ୍ରୀଶ୍ରା ସାମଲ ଦିବ୍ୟାଙ୍ଗମାନଙ୍କୁ ଭିନ୍ନକ୍ଷମ ଉପକରଣ ଯଥା-ଶ୍ରବଣଯନ୍ତ, ହୁୁଇଲିଚ୍ୟୋର, ଟ୍ରାଇସାଇକେଲ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *