ଜିଲ୍ଲା ପରିକ୍ରମା

ଭଦ୍ରକରେ ଶିଶୁ କିଶୋର ନ୍ୟାୟ, ଯତ୍ନ ସୁରକ୍ଷା ଆଇନ୍ ୨୦୧୫ର କର୍ମଶାଳା ଅନୁଷ୍ଠିତ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାସଂସ୍କୃତି ଭବନ ପରିସରରେ ଶିଶୁକିଶୋର ନ୍ୟାୟ ଯତ୍ନସୁରକ୍ଷା ଆଇନ୍ ୨୦୧୫ ଏବଂ ଶିଶୁକିଶୋର ନ୍ୟାୟ ଅଧିନିୟମ ୨୦୧୬ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଭଦ୍ରକ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଭଦ୍ରକ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପଦ୍ମନକୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ଭଦ୍ରକ ଜିଲ୍ଲାର ଶିଶୁଯତ୍ନ ସଂସ୍ଥାଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟକରୁଅଛି ଯାହାକି ତାଙ୍କର କ୍ଷେତ୍ରିୟ ତଦନ୍ତ ସମୟରେ ଉପଲବ୍ଧି କରିଥିଲେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତଙ୍କର ଉପାଦେୟ ହେବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରାଧ୍ୟାପକ କମାଳାକାନ୍ତ ସ୍ୱାଇଁ ଯୋଗ ଦେଇ ଶିଶୁମାନଙ୍କର ମଙ୍ଗଳଦିଗରେ ଶିଶୁଯତ୍ନ ସଂସ୍ଥା ଠିକ୍ ରୂପେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନ୍ନିତ ଅତିଥିଭାବେ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତି ଶିଶୁକିଶୋର ନ୍ୟାୟ ଆଇନ୍ ଉପରେ କାର୍ଯ୍ୟକରୁଥିବା ସଂସ୍ଥା ଓ ଅନୁଷ୍ଠାନ ଆଇନ୍ର ଗୁରୁତ୍ୱ ଉପଲବ୍ଧି କରିବା ଆକଶ୍ୟକ ବୋଲି କହିଥିଲେ। ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଫେଲୋସିଫର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଓ ଜେଜେବିର ସଦସ୍ୟ ନିକୁଞ୍ଜବଲ୍ଲବ ମହାପାତ୍ର ଯୋଗଦେଇ ଶିଶୁକିଶୋର ନ୍ୟାୟଆଇନ୍ ସଂମ୍ପର୍କରେ ବକ୍ତବ୍ୟପ୍ରଦାନ କରିଥିଲେ। ପ୍ରାରମ୍ଭରେ ଶିଶୁସୁରକ୍ଷା ୟୁନିଟ୍ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉକ୍ତ କର୍ମଶାଳାରେ ‘ସଂଯୋଗ’ କଟକ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ ପ୍ରଶିକ୍ଷକ ଭାବେ ଯୋଗଦେଇ ଶିଶୁକିଶୋର ନ୍ୟାୟ ଯତ୍ନସୁରକ୍ଷା ଆଇନ୍ ୨୦୧୫ ଏବଂ ଶିଶୁକିଶୋର ନ୍ୟାୟ ଅଧିନିୟମ ୨୦୧୬ ସମ୍ପର୍କରେ ଆଇନଗତ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ୟୁନିଟ୍ର ଲିଗାଲପ୍ରୋବେଶନ ଅଧିକାରୀ ସୁବ୍ରତ କୁମାରଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନିଟ୍ର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକ ବାରିକ୍, ପରାମର୍ଶଦାତ୍ରୀ ସୁଷମା ମହାନ୍ତି,  ସାମାଜିକ କର୍ମୀ ସୁଚିସ୍ମିତା ପରିଡ଼ା, ଏକାଉଣ୍ଟାଣ୍ଟ ଧୀରଜ ବାରିକ୍ ଓ ବାହ୍ୟକର୍ମୀ ମହେଶଚନ୍ଦ୍ର ଦାସ ସହଯୋଗୀତା କରିଥିଲେ। ଉକ୍ତ କର୍ମଶାଳାରେ ଭଦ୍ରକ ଜିଲ୍ଲାର ସମସ୍ତ ଶିଶୁଯତ୍ନ ସଂସ୍ଥାର କର୍ମକତ୍ତା, ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟ ଏବଂ ଜିଲ୍ଲା ନିରୀ୪ଣ କମିଟିର ସଦସ୍ୟମାନେ ଯୋଗ ଦେଇଥବଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top