ଭଦ୍ରକରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୩୨୫ ଟି କେଶ୍ ର ଫଇସଲା, ୨ କୋଟି ୮୪ ହଜାର ୧୪୭ ଟଙ୍କା ଆଦାୟ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଭଦ୍ରକ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୧୯ ଟି ଦେୱାନୀ ଓ ଫୌଜଦାରୀ ମୋକଦ୍ଦମାର ଫଇସଲା କରାଯାଇ ୧ କୋଟି ୫୦ ଲକ୍ଷ ୪୪ ହଜାର ୧୪୮ ଟଙ୍କା ଆଦାୟ କରାଯାଇଛି। ଅନୁରୂପ ୧୧୬ ଟି ବ୍ୟାଙ୍କ ରିକଭରି କେଶ୍ର ଫଇସଲା କରାଯାଇ ୫୦ ଲକ୍ଷ ୩୯ ହଜାର ୯୯୯ ଟଙ୍କା ଆଦାୟ ହୋଇଛି। ଆଜିର ଏହି ଲୋକ ଅଦାଲତରେ ଜିଲା ଦୌରା ଜଜ୍ ତଥା ଜିଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ୍ କୁମାର ଦାଶ, ପରିବାର ଅଦାଲତର ନ୍ୟାୟାଧୀଶ ସଂଜୀବ କୁମାର ଦୁବେ, ଅତିରିକ୍ତ ଜିଲା ଦୌରାଜଜ୍ ଅନୁପ କୁମାର ଚନ୍ଦନ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଅମୀୟ ରଂଜନ ଜେନା, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ମଲ୍ଲ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଜନ୍ମେଜୟ ଦାସ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶୁଭ ଗୌତମ ମିଶ୍ର, କନିଷ୍ଠ ଦେୱାନୀ ବିଚାରପତି ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କେଶ୍ ଗୁଡିକର ଫଇସଲା କରିଥିଲେ। ଏହାକୁ ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର, ସିଭିଲ୍ କୋର୍ଟର ରେଜିଷ୍ଟାର ଜନତ ରାଉତ ପ୍ରମୁଖ ପରିଚାଳନା କରିଥିବାବେଳେ ବିଶ୍ୱରଂଜନ ବାରିକ ଓ ରବିନ୍ଦ୍ର କୁମାର ପାଢୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *