Home ଓଡ଼ିଶା ଭଦ୍ରକରେ ରାମନବମୀ ଉଦ୍ଦେଶ୍ୟରେ କଳସ ଶୋଭାଯାତ୍ରା

ଭଦ୍ରକରେ ରାମନବମୀ ଉଦ୍ଦେଶ୍ୟରେ କଳସ ଶୋଭାଯାତ୍ରା

110

ଭୁବନେଶ୍ୱର୨୪,୦୩,୨୦୧୮ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ଭଦ୍ରକରେ ରାମନବମୀ ଉଦ୍ଦେଶ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଉଯାଇଛି। ବିବାଦୀୟ ପରିସ୍ଥିତି ତଥା ୧୪୪ ଜାରି ଭିତରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଦୁଲୁକୁଛି ଭଦ୍ରକ ସହର। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଟ୍‌ ନେଇ ଲାଗିଥିବା କଟକଣା ହଟିବା ପରେ ପୂର୍ବ ନିର୍ଦ୍ଧାରିତ ବାଟ ଦେଇ କଳସ ଶୋଭାଯାତ୍ରା ହୋଇଛି। କଳସ ଶୋଭାଯାତ୍ରା ପାଇଁ ୫ ଘଣ୍ଟା ଧରି ସହରରେ ୧୪୪ ଧାରାକୁ କୋହଳ କରାଯାଇଥିଲା।

ଆସନ୍ତାକାଲି ରାମ ନବମୀ। ପୂର୍ଣ୍ଣାହୂତି ସହ ରାମ ନବମୀରେ ବିଶାଳ ନଗର ସଂକୀର୍ତ୍ତନ ଶୋଭାଯାତ୍ରାର କାର୍ଯ୍ୟକ୍ରମ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।ଗତ ବର୍ଷ ଘଟିଥିବା ସାମ୍ପ୍ରଦାୟିକ ହିଂସା ପରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତ ୧୭ ତାରିଖରୁ ସହରରେ ୧୪୪ ଧାରା ଲଗାଇଛି ଜିଲ୍ଲା ପ୍ରଶାସନ । ଏଥିସହ ନଗର ସଂକୀର୍ତ୍ତନ ଓ କଳସ ଶୋଭାଯାତ୍ରାରେ କିଛି ପରିବର୍ତ୍ତନ କରାଯାଇଥିଲା। ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶ୍ରୀରାମ ମହାଯଜ୍ଞ ସମିତି।  ତେବେ ହାଇକୋର୍ଟ ଏହି କଟକଣାକୁ ହଟାଇବା ସହ ପୂର୍ବଭଳି ପାରମ୍ପରିକ ରୀତିରେ ସହରରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଲାଗି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।କୌଣସି ପ୍ରକାର ଗୁଜବ ଯେପରି ପ୍ରଚାର ନହୁଏ, ସେଥିପାଇଁ ସାଇବର ସେଲର ଏକ ଟିମ୍ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.