ଭଦ୍ରକରେ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନର ଶୁଭାରମ୍ଭ

ଭଦ୍ରକ, ୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜିଠାରୁ ସମଗ୍ର ଜିଲ୍ଲାରେ ମିଳିମିଳା ଓ ରୁବେଲା ନିୟନ୍ତଣ ଲାଗି ସ୍ୱତନ୍ତ ଟୀକାକରଣ ଶୁଭାଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲାସ୍କୁଲ ପରିସରରେ ଆୟୋଜିତ ଟୀକାକରଣ କାଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁକଲ୍ୟାଣ ବିଭାଗର ମନ୍ତୀ ପ୍ରଫୁଲ ସାମଲ ଓ ଭଦ୍ରକର ସାଂସଦ ଅଜ୍ଜୁର୍ନ ଚରଣ ସେଠୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଜ୍ଞାନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ମହମ୍ମଦ ଅବଦୁଲ ରସିଦ୍, ଏଡିଏମ ଡା ଗୌରଚନ୍ଦ୍ର ଜେନା, ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ସ୍ୱଳ୍ପସଂଚୟ ଅଧିକାରୀ ପଦ୍ମନ କୁମାର ରାୟ, ଡିପିଏମ ସରିତା ମହାପାତ୍ରସମେତ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ। ଜନ୍ମରୁ ୯ମାସଠରୁ ୧୫ବଷ; ମଧ୍ୟରେ ପିଲାମାନଙ୍କୁ ଏହି ଟୀକାକରଣ କରାଯିବ। ଭଦ୍ରକ ଜିଲ୍ଲାରେ ୪ଲକ୍ଷ ୨ହଜାର ୪୬୨ ପିଲାମାନଙ୍କୁ ଏହି ଟୀକା ଦିଆଯିବ। ମିଳିମିଳା ଓ ରୁବେଲା ହେଉଛି ଏକ ଭୂତାଣୁଜନିତ ସଂକ୍ରାମକ ରୋଗ ଅଟେ। ଏହି ଟୀକା ନେବାଦ୍ୱାରା ଭବିଷ୍ୟତରେ ମିଳିମିଳା ରୋଗରୁ ରକ୍ଷା ମିଳି ପାରିବ। ଏହି ଟୀକାକରଣ କାର୍ଯ୍ୟକ୍ରମ କିପରି ଶତପ୍ରତିଶତ ସଫଳତାର ହୋଇପାରିବ ସେଥିପ୍ରତି ପଦକ୍ଷେପ ନେବାକୁ ମନ୍ତୀ ଶ୍ରୀ ସାମଲ କହିଥିଲେ।ଭଦ୍ରକ ଜିଲ୍ଲାରେ ମିଳିମିଳା(ମିଜିଲ୍ସ) ଜର୍ମାନ ମିଳିମିଳା(ରୁବେଲା) ଟୀକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୨୯ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚମାସର ପ୍ରଥମ ସପ୍ତାହରେ ଶେଷ ହେବ। ଏହି ରୋଗର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ୯ମାସରୁ ୧୫ବର୍ଷରୁ କମ୍ ବୟସର ପିଲାମାନେ ଏହି ଟାକା ନେଇ ପାରିବେ। ଜିଲ୍ଲାର ସବୁ ସରକାରୀ, ବେସରକାରୀ ଓ ଅଙ୍ଗନୱାଡିକେନ୍ଦ୍ରରେ ପିଲାମାନଙ୍କୁ ଟୀକାକରଣ କରାଯିବ ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ପ୍ରଥମ ଦୁଇ ସପ୍ତାହ ବିଭିନ୍ନ ସ୍କୁଲରେ ୬ବର୍ଷରୁ୧୫ବର୍ଷର ପିଲାମାନଙ୍କୁ ଏହି ଟାକାକରଣ ଦିଆଯିବ। ଦ୍ୱିତୀୟ ପ୍ରର୍ଯ୍ୟାୟରେ ଦୁଇସପ୍ତାହ ମଧ୍ୟରେ ବିଭି୍ନ୍ନ ଅଙ୍ଗନୱାଡୀକେନ୍ଦ୍ର ରେ ଟୀକାପ୍ରଦାନ କରାଯିବ। ସେହିପରି ତୃତୀୟ ସପ୍ତାହ ମଧ୍ୟରେ ଯେଉଁ ପିଲାମାନେ ଟିକାକରଣରୁ ବଂଚିତ ହୋଇଥିବେ ସେହିପିଲାମାନଙ୍କୁ ଟୀକାଦିଆଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ୨୩୯୭ ସ୍କୁଲର ୨୮୧୪୨୨ ପିଲାଙ୍କୁ ଓ ୯୩୦ ଅଙ୍ଗନୱାଡ଼ି ଓ କମ୍ୟୁନିଟ୍ ସେଣ୍ଟର ୧୨୧୦୪୦ ପିଲାଙ୍କୁ ଟିକାକରଣ କରାଯି। ଏହି ଟିକାକରଣ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ୨୧୩ଜଣ ଟିମ୍ ଗଠନ କରାଯାଇଛି।

Leave a Reply

Your email address will not be published. Required fields are marked *