ଭଦ୍ରକରେ ମିଳିତ ଜନଅଭିଯୋଗ ଶୁଣାଣି ୮୩ଟି ଅଭିଯୋଗ ଆଗତ

ଭଦ୍ରକ,୧୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ବାତୁଲ ଗଙ୍ଗାଧର,  ପ୍ରକଳ୍ପ ନିଦେ୍ର୍ଦଶକ ଦିଲ୍ଲୀପ କୁମାର ସାହୁ, ଜିଲ୍ଳା ମୁଖ୍ୟ ଚିକିସôାଧିକାରୀ ଡ଼ା.ମହମ୍ମଦ ଅବଦୁଲ ରସିଦ୍ ଭାରପ୍ରାପ୍ତ ଉପଜିଲ୍ଲାପାଳ  ରାଜେନ୍ଦ୍ର ପଣ୍ଡା ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଜନଅଭିଯୋଗ ଶୁଣାଣିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୮୩ଟି ଦରଖାସ୍ତ ଆବେଦନ କରାଯାଇଥିଲା । ଜିଲ୍ଲାପାଳଙ୍କଠାରେ ଆଗତ ହୋଇଥିବା ଦରଖାସ୍ତଗୁଡିକ ହେଲା ଇନ୍ଦିରାଆବାସ, ରେସନକାର୍ଡ଼ ,ଗୃହନିମାର୍ଣ ପାଇଁ ଜମିପ୍ରଦାନ, ଅଙ୍ଗନୱାର୍ଡି ଗୃହନିର୍ମାଣ ସହ  ଚିକିସôା ନିମନ୍ତେ ରେଡ୍କ୍ରସରୁ ସାହାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ  ସହାୟତା ଆଦି ଦରଖାସ୍ତଗୁଡିକ  ଜିଲ୍ଲାପାଳଙ୍କ ପାଖରେ ଆଗତ କରାଯାଇଥିଲା ।  ଉକ୍ତ ଦରଖାସ୍ତ ଗୁଡ଼ିକୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ  ପଠାଇଥିଲେ ।

Leave a Reply

Your email address will not be published. Required fields are marked *