ଜିଲ୍ଲା ପରିକ୍ରମା

ଭଦ୍ରକରେ ମିଳିତ ଜନଅଭିଯୋଗ ଶୁଣାଣି : ୨୩ଟି ଦରଖାସ୍ତ ଆବେଦନ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟପରିସରରେ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଆରକ୍ଷୀ ଅଧିକ୍ଷକ ଅନୁପ କୁମାର ସାହୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ନରୋତ୍ତମ ବେହେରା ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଜନଅଭିଯୋଗ ଆଗତ ଶିବିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ୨୩ଟି ଦରଖାସ୍ତ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ରେସନକାର୍ଡ଼ ସମସ୍ୟା, ଜମିବାଡି ହେରଫେର ମାମଲା, ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡରୁ ସାହାଯ୍ୟ ସହାୟତା ସମ୍ପର୍କିତ, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲାପାଳ ଉକ୍ତ ଦରଖାସ୍ତକୁ ବିଚାର କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top