ଜିଲ୍ଲା ପରିକ୍ରମା

ଭଦ୍ରକରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଖବରଦାତା ସମ୍ମିଳନୀ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲା କମିଟି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଭଦ୍ରକ ଡାକବଙ୍ଗଳାରେ ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଖବରଦାତା ସମ୍ମିଳନୀରେ ପାର୍ଟିର ରାଜ୍ୟ ନେତା ସନ୍ତୋଷ ଦାସ, ନିର୍ମଳ ନାୟକ ଓ ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ପାଢୀ, ରବି ପଟ୍ଟନାୟକ, ରାଧା ଦାସ, ଜଏନୁଲ ଆବେଦିନ, ପ୍ରଭାସ ମହାପାତ୍ର, କଳ୍ପତରୁ ଜେନା, ଗିରିଧାରୀ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ସନ୍ତୋଷ ଦାସ କହିଲେ ଯେ ଦେଶର କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଋଣ ଛାଡ ନକରିବା ଓ ଚାଷୀ ଫସଲର ଉଚିତ୍ ଦର ନମିଳୁଥିବା ପ୍ରତିବାଦରେ ଚାଷୀ ଆନ୍ଦୋଳନ କରିବା ପାଇଁ ସ୍ଥିର କରାଯାଇଛି। କେନ୍ଦ୍ର ସରକାର ବେକାର ଯୁବକ-ଯୁବତୀଙ୍କୁ ଚାକିରୀ ନଦେବା, ଦରଦାମ୍ ନକମାଇବା, ଅପରପକ୍ଷରେ ଦେଶୀ-ବିଦେଶୀ କଂପାନୀକୁ ଆମ ମାଟି, ପାଣି, ପବନ, ବିଦ୍ୟୁତକୁ ମାଗଣାରେ ଦେଇ ନିଜର ସବୁ ଆର୍ଥିକ ସ୍ୱଚ୍ଛଳତାକୁ ବଢାଇବାରେ ଲାଗିଛନ୍ତି। ଯାହାର ଉଦାହରଣ ହେଉଛି ବିଜେପିର ଦିଲ୍ଲୀରେ ତାଙ୍କ ରାଷ୍ଟ୍ରୀୟ କାର୍ଯ୍ୟାଳୟ ଓ ଦେଶର ୬୫୦ ଜିଲାର ୬୩୫ ଜିଲା ପାର୍ଟି ଅଫିସ୍ ପାଇଁ ଜମି କିଣା ଓ କୋଠା ନିର୍ମାଣର ନମୁନା। ବିଧାୟକ, ସାଂସଦଙ୍କ ଦରମା ବଢୁଛି, ବୃଦ୍ଧ ବିଦ୍ଧବା ଓ ବିକଳାଙ୍ଗ ଭତ୍ତା ୩ ଶହ ଟଙ୍କା (ମାସକୁ) ସୀମାବଦ୍ଧ ରହିଛି। ଦେଶରେ ପ୍ରତିଦିନ ଗଣତନ୍ତ୍ରର ହତ୍ୟା କରାଯାଉଛି। ଗଣତନ୍ତ୍ରପ୍ରେମୀ ସାମ୍ବାଦିକ, ଅଧ୍ୟାପକ ଓ କଳାକାରଙ୍କୁ ହତ୍ୟା କରାଯାଉଛି। ଧର୍ମକୁ ନେଇ ଦେଶର ରାଜନୀତି କରିବା ଫଳରେ ଆଜି ଭଦ୍ରକରେ ରାମନବମୀ ପାଳନ କରିବା ନାମରେ ୧୯୯୧ ମାର୍ଚ୍ଚ ୨୪ ରେ ଅଭାବନୀୟ ଅବସ୍ଥା ଓ ୨୦୧୭ ଏପ୍ରିଲ ୭ ରେ ପ୍ରାୟ ୨ ମାସ କାଳ କର୍ଫୁ୍ୟ ଘୋଷଣା ଭଦ୍ରକ ବାସୀଙ୍କୁ ଅଭାବନୀୟ ଅବସ୍ଥାକୁ ଟାଣିନେଇଥିଲା। ମନ୍ଦିର, ମସ୍ଜିଦ୍ ଓ ଗୁରୁଦ୍ୱାରରେ ଧର୍ମ ଉପାସନା କରାଯାଉ କିନ୍ତୁ ଧର୍ମୀୟ ଶୋଭାଯାତ୍ରା କରି ସାଧାରଣ ଲୋକଙ୍କର ଜୀବନ ଓ ଜୀବିକାକୁ ସ୍ତବ୍ଧ କରାନଯାଉ ବୋଲି ଦଳ ତରଫରୁ କୁହାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top