ଭଦ୍ରକରେ ବ୍ଲକ ସ୍ତରୀୟ ଶିଶୁସୁରକ୍ଷା କମିଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଲା ଶିଶୁସୁରକ୍ଷା ୟୁନିଟି ପକ୍ଷରୁ ବ୍ଲକସ୍ତରୀୟ ଶିଶୁସୁରକ୍ଷା କମିଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉପଜିଲ୍ଲାପାଳ ସୁଚାର ବଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ମାନ୍ନିତ ଅତିଥିଭାବେ ଭଦ୍ରକ ବ୍ଲକର ଅଧ୍ୟକ୍ଷ ରଘୁନାଥ ଧଳ, ଜିଲ୍ଲାଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ, ଡ଼ା. ବିଭୂତି ନାୟକ, ଭଦ୍ରକର ଶିଶୁ ବିକାଶ ଅଧିକାରିଣୀ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଶିଶୁସୁରକ୍ଷା ୟୁନିଟ୍ର ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ଶିଶୁସୁରକ୍ଷା କମିଟି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୁରୀଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ମନୋଜ ତ୍ରୀପାଠୀ ଯୋଗଦେଇ ବ୍ଲକସ୍ତରୀୟ ଶିଶୁସୁରକ୍ଷା କମିଟିର କାର୍ଯ୍ୟ ଓ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତୃଣମୂଳ ସ୍ତରରେ କିପରି ଶିଶୁସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ପାରିଲେ ଅଧିକମାତ୍ରାରେ ଫଳପଦ ହେବବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନ୍ ସର ସୋଫିଆ ସେକ୍ ଶିଶୁଶ୍ରମିକ ଓ ଶିଶୁଯୌନ ନିର୍ଯ୍ୟାତନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ଶିଶୁସୁରକ୍ଷା କମିଟିର ସଦସ୍ୟ ଓ ପଂଚାୟତସ୍ତରୀୟ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବିଶ୍ୱନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିଶୁସୁରକ୍ଷା ୟୁନିଟ୍ ପକ୍ଷରୁ ସୁବ୍ରତ ଦାସ, ସ୍ୱାଗତିକା ବାରିକ୍, ସୁଷମା ମହାନ୍ତି, ସୁଚିସ୍ମିତା ପରିଡ଼ା, ଧିରଜ ବାରିକ୍, ମହେଶ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗିତା କରିଥିଲେ।

Leave a Reply

Your email address will not be published. Required fields are marked *