ଭଦ୍ରକରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଳାମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମହମ୍ମଦ ଅବଦୁଲ ରସିଦ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଇଏମ୍ଏ ର ଭଦ୍ରକ ଜିଲ୍ଲାଶାଖାର ସଭାପତି ଡ଼ା ହରେକୃଷ୍ଣ ନାୟକ, ଜିଲ୍ଲାମ୍ୟାଲେରିଆ ଅଧିକାରୀ ଡ଼ା. ମୁରଲୀ ଧର ନାୟକ, ଡ଼ା. ମୁରଲୀଧର ପାଢୀ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ କିପରି ମ୍ୟାଲେରିଆ ସଂମ୍ପୂର୍ଣ୍ଣ ଭାବେ ଦୂରି କରଣ ହୋଇପାରିବ ସେଥିପାଇଁ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ସହ ଏହି ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ଜିଲ୍ଲା ଭାବେ ପରିଗଣତି ହୋଇପାରିଛି ବୋଲି ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭଦ୍ରକ ଜିଲ୍ଳା କିପରି ମ୍ୟାଲେରିଆ ମୁକ୍ତ ହୋଇପାରିବ ସେଥିପାଇଁ ଆଶାକର୍ମୀ ଓ ଅଙ୍ଗନୱାର୍ଡିକର୍ମୀଙ୍କୁ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ରମେଶ ଚନ୍ଦ୍ର ସ୍ୱାଇଁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଗ୍ରାମାଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତିନିଜଣ ଆଶାକର୍ମୀଙ୍କୁ ପୁରସ୍କୁତ କରାଯାଇଥିଲା। ଏହି ଆଶାର୍କମୀମାନେ ହେଲେ ଭଣ୍ଡାରିପୋଖରୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ବିଷ୍ଣୁପୁର ଗ୍ରାମର ଆଶାକର୍ମୀ ଉଷାରାଣୀ ମିଶ୍ର, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନରାଜପୁର ଗାଁର ଆଶାକର୍ମୀ ସଂଯୁକ୍ତା ରାଉତ ଓ ବରପଦା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୋରଣ୍ଟ ଗାଁର ଆଶାକର୍ମୀ ସନ୍ତୋଷମଣୀ ପରିଡାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପୁରସ୍କୁତ କରାଯାଇଥିଲା। ଶେଷରେ ମ୍ୟାଲେରିଆ ବିଭାଗର କର୍ମଚାରୀ ଭିଭିଡିସି ସୁପ୍ରିୟା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *