ଜିଲ୍ଲା ପରିକ୍ରମା

ଭଦ୍ରକରେ ବିଶ୍ୱ ଜନସଂଖ୍ୟା ପକ୍ଷ ଦିବସ ପାଳିତ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ଜନସଂଖ୍ୟା ପକ୍ଷ ଦିବସ ମୁଖ୍ୟଡାକ୍ତରଖାନା ପରିସରରେ ପାଳିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅବଦୁଲ ରସିଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଆଜି ଭାରତବର୍ଷ ଅନେକ ଦମ୍ପତି ଗୋଟିଏ ପିଲାରେ ମଧ୍ୟ ସ୍ଥାୟୀ ଗର୍ଭନିରୋଧକ ପ୍ରଦ୍ଧତି ଆଦରି ନେଉଛନ୍ତି। ଆଜିର ସମାଜରେ ପୁଅଝିଅ ମଧ୍ୟରେ କୌଣସି ସାମସଞ୍ଜ୍ୟ ନାହିଁ ବୋଲି ଆଜି ବିଶ୍ୱ ଜନସଂଖ୍ୟା ପକ୍ଷ ଦିବସ ଅବସରରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ପୂର୍ବରୁ ଯୌଥ୍ୟପରିବାର ବା ବଡପରିବାର ଭିତରେ ବହୁତଲୋକମାନେ ରହୁଥିଲେ। ଯାହା ଫଳରେ ସେମାନଙ୍କୁ ଉପଯୁକ୍ତ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହର ଅଭାବ ଦେଖାଯାଉଥିଲା। ଏବେ କିନ୍ତୁ ସେ ସମସ୍ୟା ଧିରେଧିରେ ଦୂରିଭୁତ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରସିଦ କହିଥିଲେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସମସ୍ତେ ଯତ୍ନବାନ ହେବା ସହ ସଚେତନତା ପ୍ରତି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଏଡ଼ିଏମ୍ (ପରିବାର କଲ୍ୟାଣ ବିଭାଗର ଡ଼ା. ମୁରଲିଧର ନାୟକ, ଡ଼ା. ମୁରଲୀ ଧର ପାଢୀ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ା. ଗୌରଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବିଶ୍ୱଜନସଂଖ୍ୟା ନିୟନ୍ତ୍ରଣ ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ୨୦୧୭/୧୮ ମସିହାରେ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତ୍ତବ୍ୟ ପରାୟଣ ଭୂମିକା ତୁଲାଇଥିବା ଆଶାକର୍ମୀ ଓ ଏଏନଏମ୍ କର୍ମୀଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପୁରଷ୍କୃତ କରାଯାଇଥିଲା। ଶେଷରେ ଡ଼ିପିଏମ୍ ସରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ବାହାରି ସରହ ପରିକ୍ରମା କରିଥିଲା। ଛୋଟ ପରିବାର ସୁଖୀ ପରିବାର। ପରିବାର ନିୟୋଜନ ସହିତ ଗଢନ୍ତୁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜୁଲାଇ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ସହରାଞ୍ଚଳରୁ ଗ୍ରାମାଞ୍ଚରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅସ୍ତ୍ରପ୍ରଚାର କ୍ୟାମ୍ପ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ୱାସ୍ଥ୍ୟବିଭାଗ କର୍ମଚାରୀ, ଆଶାକର୍ମୀ ଏବଂ ଏଏନଏମ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top