ଭଦ୍ରକରେ ବିଧାୟକ ବବି ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମଦିନା ମଇଦାନରେ ଇଦମିଳନର ଶୁଭାରମ୍ଭ, ନୂତନ ଆମ୍ବୁଲାନ୍ସ ଉଦଘାଟିତ

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ପୁରୁଣାବଜାରସ୍ଥିତ ମଦିନା ମଇଦାନରେ ମହାସମାରୋହରେ ଇଦ ମିଲନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଶିଷ୍ଟ ଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆସିଥିବାବେଳେ, ଭଦ୍ରକ ବିଜେଡ଼ିର ଜିଲ୍ଲା ଉପସଭାପତି ଅସିତ ପଟ୍ଟନାୟକ ବିଜେଡ଼ି କର୍ମୀଙ୍କୁ ନେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଗେଲପୁର ଠାରୁଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ମଦିନା ମଇଦାନ ଠାରେ ପହଞ୍ଚାଇଥିଲେ। ଅନୁଷ୍ଠିତ ଉଦମିଲନ ଉତ୍ସବରେ ଯୋଗଦେବା ଅବସରରେ ବିଧାୟକ ଶ୍ରୀ ଦାସ ବିଜେଡ଼ି ସହାୟତାରେ ପୁରୁଣାବଜାର ଯୁବକ ସଂଘ ଜରିଆରେ ଏକ ନୂତନ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ। ପୁରୁଣାବଜାରରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ଏହି ନୂତନ ଆମ୍ବୁଲାନ୍ସ ମାଗଣାରେ ୨୪ଘଣ୍ଟିଆ ସେବାପ୍ରଦାନ କରିବ ବୋଲି ସଭାପତିତ୍ୱ କରୁଥିବା ଜିଲ୍ଲା ଉପସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ସେହିପରି ଉଦଘାଟନୀ ଉତ୍ସବ ସଭାରେ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଆଗରୁ ଦାବି କରିଥିବାବେଳେ, ପୁଣି ଏହି ଅଞ୍ଚଳ ପାଇଁ ବିଭିନ୍ନ ସମସ୍ୟା ସମାଧାନ ନେଇ ଅନୁରୋଧ କରିଥିଲେ। ଯାହା ନେଇ ଯାଜପୁର ବିଧାୟକ ଶ୍ରୀ ଦାସ ଏହି ଅଞ୍ଚଳରେ ଶୁବ ଶୀଘ୍ର ଏକ ନୂତନ ପ୍ରାର୍ଥନା ସଭାଗୃହର କାର୍ଯ୍ୟ ଆରମ୍ଭ, ପୁରୁଣାବଜାର ପାଇଁ ଡ଼ାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତ୍ି ଦେଇଥିଲେ। ବହୁ ଜନସମାଗମରେ ଭାଇଚାରା ବଜାୟ ରହିଥିବା ଏହି ଭଦ୍ରକ ମାଟିକୁ ସଲମ ଜଣାଇ ଶ୍ରୀ ଦାସ ଜଣେ ନେତାଙ୍କର ଚୌକି ବଡ଼ ନୁହେଁ ଲୋକଙ୍କ କାମ କରି ଲୋକଙ୍କ ଭିତରେ ରହିବା ବଡ଼ ବୋଲି କହିଥିଲେ। ସେହିପରି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡ଼ି ସାଧାରଣ ସଂପାଦକ ବିଷ୍ଣୁପଦ ରାଉତରାୟ, ପୌରପାଳ ମାନସ ମହାନ୍ତି, ବ୍ଳକ ଚେଆରମେନ ରଘୁନାଥ ଧଳ, ବରିଷ୍ଠ ନେତା ରାଧାକାନ୍ତ ସାମଲ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ନାୟକ, ହରେକୃଷ୍ଣ ପାଢ଼ୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ଇଦମିଳନ ସଂଧ୍ୟାରେ ସଂଖ୍ୟାଲଘୁ ସେଲ ରାଜ୍ୟ ସଭାପତି ତଥା କାଜୁ ନିଗମର ଅଧ୍ୟକ୍ଷ ମୁନା ଖାଁ, ବିଶିଷ୍ଟ ସଂଗୀତଜ୍ଞ ଇମ୍ରାନ ପ୍ରତାପ ଗଡ଼ି ଯୋଗଦେବା ନେଇ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଇଦମିଲନର କାର୍ଯ୍ୟକ୍ରମକୁ କାଉନସିଲର ଜୁଲଫୁକର ଅଲ୍ଲୀ, ପ୍ରାକ୍ତନ କାଉନସିଲର ସେକ ସହିଦ, ସେକ ଇସ୍ଲାମ, ସେକ ଉସମାନଉଲ ହକ୍, ଜାହିଦ ହବିବ, ମହମ୍ମଦ ଜକାଉଲ୍ଲା, ସେକ ନାସିରୁଦ୍ଦିନ, ସେକ ନିଜାମୁଦ୍ଦିନ, ସେକ ହାସିଦ, ଫରିୟାଦ ଖାଁ ପ୍ରମୁଖ ପରିଚାଳନା କରିଥିବାବେଳେ, ବିଜେଡ଼ି ଟାଉନ ସଭାପତି ଶରତ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ପ୍ରବୀର ଜେନା, ମନୋରଂଜନ ପୁହାଣ, ଆଶିଶ ଅମିତାଭ ମହାପାତ୍ର, ରାକେଶ ପଣ୍ଡା, ସୁବ୍ରତ ଦାସ, ଅନିଲ ତ୍ରିପାଠୀ, ଅଶ୍ୱିନୀ ରଣା, ସେକ୍ ଜସମେର, ପ୍ରତାପ ମହାନ୍ତି, ଭ୍ରମରବର ନାୟକ, ମିଟୁ ପରିଡ଼ା, ଶ୍ରୀମନ୍ତ ମଙ୍ଗରାଜ ମହାନପାତ୍ର, ଗୁଜଂନ ଜେନା ପ୍ରମୁଖ ଶତାଦôକ କର୍ମୀଙ୍କୁ ନେଇ ଶୋଭାଯାତ୍ରା ଓ ସଭାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *