ଜିଲ୍ଲା ପରିକ୍ରମା

ଭଦ୍ରକରେ ବିଜେଡ଼ି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ ତମ ଶ୍ରାଦ୍ଧବାର୍ଷିକ ପାଳିତ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ମହାନଜନନାୟକ ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ୨୧ତମ ଶ୍ରାର୍ଦ୍ଧବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ବିଜେଡ଼ି ସଭାପତି ତଥା ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ପୌରହିତ୍ୟରେ ସକାଳ ୬.୩୦ମିନିଟ୍ ସମୟରେ ସାହାପୁର ସ୍ଥିତ ସାଳନ୍ଦୀ ନଦୀଘାଟରେ ତିଳତର୍ପଣ କରାଯାଇଥିଲା। ପରେ ଜିଲ୍ଳାବିଜେଡ଼ି କାର୍ଯ୍ୟାଳୟ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ବିଶିଷ୍ଟ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସକାଳ ୯ଘଟିକା ସମୟରେ ଜିଲ୍ଲାବିଜେଡ଼ି ଉପସଭାପତି ଅସିତ୍ ପଟ୍ଟନାୟକ ଓ ଯୁବବିଜେଡ଼ି ସଭାପତି ଦୁର୍ଗା ଦାସଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ୫୦୦ଶହରୁ ଉର୍ଦ୍ଧ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଜିଲ୍ଳା କାର୍ଯ୍ୟାଳୟ ଠାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଉଦ୍ଦେଶ୍ୟରେ ଏକ ଶ୍ରର୍ଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଳାସଭାପତି ଅର୍ଜ୍ଜୁନ ଚରଣ ସେଠୀ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁ ସଭା ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ପରିଷଦର ସଭାପତି ଦ୍ୱିଜବର ରାଉତ, ବିଜେଡି ନେତା ଅଜୟ ନାୟକ, ପୌରପାଳ ମାନସ କୁମାର ମହାନ୍ତି, ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଯୁବ ବିଜେଡ଼ି ସଭାପତି ଦୁର୍ଗା ଦାସ ଜିଲ୍ଳା ସାଧାରଣ ସଂପାଦକ ଅଶୋକ ନାୟକ, ପ୍ରଫୁଲ୍ଲ ଜେନା, ପ୍ରହ୍ଲାଦ ପଣ୍ଡା, ପ୍ରମୁଖ ବକ୍ତବ୍ୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଭାରତବର୍ଷ ଓ ଓଡିଶା ପ୍ରତି ତ୍ୟାଗ ଓ ଅବଦାନ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିଛି। ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ସୁଯୋଗ୍ୟ ପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ରାଜ୍ୟରେ ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସାରା ଭାରତବର୍ଷରେ ଜଣେ ଶ୍ରେଷ୍ଠ ପ୍ରଶାସକ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇପାରିଛନ୍ତି। ବିଜୁବାବୁଙ୍କର ଅଦମ୍ୟ ସାହସ ଓ ଆଦର୍ଶକୁ ଯଦି ପାଥେୟ କରି ଆଜିର ଯୁବପିଢୀ ସମାଜ ପାଇଁ କାର୍ଯ୍ୟ କରିବେ ତାହେଲେ ଆମ ଦଳ ନିଶ୍ଚୟ ବହୁ ଆଗକୁ ଯାଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଯୁବ ବିଜେଡ଼ି ନିର୍ବାଚନ ମଣ୍ଡଳୀ ସଭାପତି ପ୍ରବୀର ଜେନା, ମହେଶ୍ୱର ନାୟକ, ପ୍ରତାପ ମହାନ୍ତି, ସରୋଜ ନାୟକ, ନଗର ସଭାପତି ଶରତ ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ଗୋବିନ୍ଦ ମହାପାତ୍ର, ଅୟୁବ୍ ଅଲ୍ଲି ଖାଁ, କମଳିନୀ ନାୟକ, ଅନିଲ୍ ତ୍ରିପାଠୀ, ପ୍ରଣବ କିଶୋର ପଣ୍ଡା ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top