ଜିଲ୍ଲା ପରିକ୍ରମା

ଭଦ୍ରକରେ ବିଜେପି ଯୁବମୋର୍ଚ୍ଚାର ଯୁବ କର୍ମଶାଳା ଓଡିଶାକୁ ବିଖଣ୍ଡିତ କରିବାକୁ ଅପପ୍ରୟାସ କରୁଛି ନବୀନ ସରକାର

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭାରତ ବର୍ଷର ଶତାବ୍ଦୀର ନବ ମତଦାତାମାନଙ୍କ ସହ ସମ୍ପର୍କ, ନୂଆ ଭାରତ ନିର୍ମାଣ ସହ ନୂଆ ଓଡିଶା ସ୍ୱପ୍ନ ସାକାର ପାଇଁ ରାଜ୍ୟସାରା ଆରମ୍ଭ ହୋଇଥିବା ‘ଯୁବ ସମ୍ପର୍କ ଅଭିଯାନ’ ଅନ୍ତର୍ଗତ ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଭଦ୍ରକ ଜିଲ୍ଲା ଆହ୍ୱାନରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ପଞ୍ଚାୟତ ସ୍ତରୀୟ ଯୁବ ପ୍ରତିନିଧିମାନଙ୍କୁ ଏକତ୍ରିତ କରି ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲଙ୍କ ସଭାପତିତ୍ୱରେ ସମ୍ପାଦନ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀର ସମସ୍ତ ସାଂଗଠନିକ ମଣ୍ଡଳର ଦଳୀୟ ସଭାପତି ଓ ଯୁବସଭାପତିମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଡା. ପ୍ରଦିପ କୁମାର ନାୟକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଭାଷ୍କର ସାହୁ, ପୂର୍ବତନ ପୌରଉପାଧ୍ୟକ୍ଷ ତଥା ଜିଲ୍ଳା ଉପସଭାପତି ଶରତ ପଢିଆରୀ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ ତ୍ରିପାଠୀ, ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଭାତ ଜେନା, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାରେ ମାର୍ଗଦର୍ଶନ କରିଥିଲେ। ଏହି କର୍ମଶାଳାରେ ଅତିଥି ଭାବେ ଭଦ୍ରକ ଲୋକସଭା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସଂଯୋଜକ ପ୍ରବୀର ଶଙ୍କର ଦାଶ ଯୋଗ ଦେଇ ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ନୂଆ ଭାରତ ଓ ଓଡିଶାର ବିକାଶର ସୂତ୍ରଧର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନୂଆ ଓଡିଶା ନିର୍ମାଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ, ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅପମାନ ଯୁବମୋର୍ଚ୍ଚା ସହିବ ନାହିଁ ବୋଲି କହିବା ସହ ଓଡିଆ ଭାବାବେଗ ସହ ଜଡିତ ନ ଥିବା ଅପାରଗ ମୁଖ୍ୟମନ୍ତ୍ରୀ ନବୀନବାବୁ ଓଡିଶାକୁ ବିଖଣ୍ଡିତ କରିବାକୁ ଅପପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନିନ୍ଦା କରିଥିଲେ। ଏହି କାର୍ଯ୍ୟକ୍ରମରେ ପରବର୍ତ୍ତୀ ପର୍ଯ୍ୟାୟରେ ଯୁବମୋର୍ଚ୍ଚା ନେତୃତ୍ୱରେ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଯୁଶାନ୍ତ ସିଂହଙ୍କ କୁଶ ପୁତ୍ତଳିକା ଶହଶହ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଦାହ କରାଯାଇଥିଲା। ପରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ଦେଇ ଭଦ୍ରକ ଟାଉନ ଥାନାକୁ ଯାଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ ପାଇଁ ଥାନାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦିପ ମହାନ୍ତି, ଉପସଭାପତି ମହେଶ୍ୱର ଧଳ, ନିତ୍ୟାନନ୍ଦ ଜେନା, ସଂପାଦକ ଚନ୍ଦ୍ରମୋହନ ମହାପାତ୍ର, ଲିପିକା ବାରିକ, ନଗର ସଭାପତି ସରୋଜ ରାଉତ, ସୁଧୀର ଦ୍ୱିବେଦୀ, ବିଜୟ ସ୍ୱାଇଁ, ଚନ୍ଦ୍ର ନାୟକ, ଇଂ ସତ୍ୟବ୍ରତ ଦାସ, ସରୋଜ ମହାନ୍ତି, ଦୀପକ ନାୟକ, ଗରେଶ ପତି, ରାଜକିଶୋର ଦାସ, ମୃତ୍ୟୁଞ୍ଜୟ ନାୟକ, ଅଜୟ ସେଠୀ, ତପନ ମାଝୀ, ବାପି ବେହେରା, ଗୁରୁଚରଣ ମହାରଣା, ପ୍ରଦିପ ରାଉତ, ସଂଜୟ ଦାଶ, ଚିନ୍ମୟ ସେନାପତି, ପ୍ରତାପ ବାରିକ, ଚ୍ରକଧର ସେଠୀ, ଆଶିଷ ମିଶ୍ର, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top