ଭଦ୍ରକରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସନଙ୍କ ଅଧ୍ୟକ୍ଷତାରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଜ୍ଞାନଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପନିର୍ଦ୍ଦେଶକ ମଧୁସୂଦନ ମିଶ୍ର ସମେତ ବିଭିନ୍ନ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଏହି ସମୀକ୍ଷା ବୈଠକରେ ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ମମତା ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ରନିର୍ମାଣ, ମମତା ଯୋଜନାରେ ହିତାଧିକରୀଙ୍କୁ ଆର୍ଥିକସାହାର୍ଯ୍ୟ, ସ୍ୱୟଂସହାୟକ ଗୋଷ୍ଠୀକୁ ଶକ୍ତିଶାଳୀ କରିବା, ସାଧାରଣ ବଣ୍ଟନ ବ୍ୟବସ୍ଥା, ପାନୀଜଳ ବ୍ୟବସ୍ଥା, ଉଠାଜଳସେଚନ ପଏଣ୍ଟକୁ ସଚଳ କରିବା, ନିରାମୟ ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଔଷଧ, ନିର୍ମାଣ ଶ୍ରମିକ କଲ୍ୟାଣଯୋଜନା, ପ୍ରେନସନ ଯୋଜନା ଆଦି ବିଷୟ ଉପରେ ପ୍ରମୁଖ ସଚିବ ସମୀକ୍ଷା କରିଥିଲେ। ସରକାରଙ୍କର ବିଭିନ୍ନ ଉନ୍ନୟନ ଯୋଜନା ସୁଫଳ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନଦେବାକୁ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ଅସପୂର୍ଣ୍ଣ ଅଙ୍ଗନୱାର୍ଡ କେନ୍ଦ୍ର ଗୃହଗୁଡିକୁ ତୁରନ୍ତ ନିର୍ମାଣ କରିବା, ସେହିପରି ଜିଳ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ସଶକ୍ତିକରଣ କରିବା ସହ ସୋମନଙ୍କର ଦକ୍ଷତା ପ୍ରତିପାଦନ କରିବା ଉପରେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନିରମୟ ଯୋଜନା ରୋଗୀଙ୍କୁ ଔଷଧ ଯୋଗାଇ ଦେବାକୁ କହିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ଭିନ୍ନକ୍ଷମମାନଙ୍କୁ ସରକାରୀ ସୁବିଧା ସୁଯୋଗ ଦେବାକୁ ବିଭାଗୀୟ କତ୍ତୃପକ୍ଷଙ୍କୁ କହିଥିଲେ। ପୁଂଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ସୁବିଧା ଯୋଗାଇ ଦେବାକୁ କହିଥିଲେ।

Leave a Reply

Your email address will not be published. Required fields are marked *