ଭଦ୍ରକରେ ବସ୍ ସିଣ୍ଡିକେଟ୍ ପକ୍ଷରୁ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ବସ୍ ସିଣ୍ଡିକେଟ ଓ ପରିବହନ ବିଭାଗ ମିଳିତ ଆନୁକୁଲ୍ୟରେ ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ବନ୍ତଛକ ସ୍ଥିତ ବସ୍ ସିଣ୍ଡିକେଟ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଜ୍ଞାନ ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିବା ସହ ବସ୍ ସିଣ୍ଡିକେଟ୍ କର୍ମକତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭାରପ୍ରପ୍ତ ଆରଟିଓ ଗୋପାଳକୃଷ୍ଣ ଦାସ, ଡିଆଇପିଆର ଗୋଲଖଚନ୍ଦ୍ର ବେହେରା, ରୋଟାରିଆନ ଅତିସ ବେହେରା, ବସ୍ ସିଣ୍ଡକେଟ୍ ପକ୍ଷରୁ ହେମନ୍ତ କୁମାର ପାଢୀ, ଶ୍ରୀନିବାସ ପତି, କୈଳାସ ଚନ୍ଦ୍ରସାହୁ, ନିଶିକାନ୍ତ ପରିଡା, ଦିଲ୍ଲୀପ କୁମାର ବିଶ୍ୱାଳ, ଦିଲ୍ଲୀପ କୁମାର ନାୟକ, ଲକ୍ଷ୍ମଣ ଚନ୍ଦ୍ର ସାହୁ, ରାଜେନ୍ଦ୍ର ମହାପାତ୍ର ସମେତ ଆସୋସିଏସନର ସମସ୍ତ କର୍ମକତ୍ତାମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥଲେ। ଭଦ୍ରକ ବ୍ଲଡ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିରରୁ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଭୂମିକାଚକ୍ଷୁ ହସ୍ପିଟାଲ ପକ୍ଷରୁ ମାଗଣାରେ ଗାଡି ଚାଳକ ଡ୍ରାଇଭର, ହେଲପର ଓ ଅନ୍ୟକର୍ମଚାରୀଙ୍କୁ ମିଶାଇ ମୋଟ ୭୬ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *