ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପରୀପାଇଁ କଥାଟିଏ ଆଧାରିତ ଚିତ୍ରକଳାଶିବିର ଓ ପ୍ରଦର୍ଶନୀ ସଂସ୍କୃତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିଥିଲେ। ଶିଶୁମାନେ ହେଉଛନ୍ତି ଆମଦେଶର ଭବିଷ୍ୟତ। ଶିଶୁ ହସିଲେ ଦେଶ ହସିବ। ଶିଶୁମାନଙ୍କର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ବୋଲି କହିଥିଲେ। ବରେଣ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଯୋଗଦେଇ ଏହି ଚିତ୍ରକଳା ପ୍ରଦର୍ଶନୀ ବୁଲିଦେଖିବା ସହିତ ଭଦ୍ରକର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ରକଳାକୁ ବେଶ୍ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ ସୁଚାରୁ ବଳ, ଶିଶୁସୁରକ୍ଷା ସମିତିର ସଭାପତି ସୁଦର୍ଶନ ବାରିକ, ଡ଼ିଆଇପିଆରଓ ଗୋଲଖ ଚନ୍ଦ୍ର ବେହେରା, ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ, ଅଧ୍ୟାପକ ଜୟନ୍ତ କୁମାର ନାୟକ, ଅଶୋକ କୁମାର ଷଣ୍ଢ, ଅଶ୍ୱନୀ କୁମାର ପଣ୍ଡା, ନାରାୟଣ ବେହେରା ସମେତ ଛାତ୍ରଛାତ୍ରୀମାନେ ଓ ଗଣମାଧମର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ପ୍ରଦର୍ଶନୀ ସାତ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ସକାଳ୧୦ଟାରୁ ସଂଧ୍ୟା ୫ଟା ପ୍ରଯ୍ୟର୍ନ୍ତ ସର୍ବସାଧାରଣ ପାଇଁ ଖୋଲା ରହିବ।
