ଭଦ୍ରକରେ ଦ୍ୱିତୀୟ ପର୍ଯ୍ୟାୟରେ ମୋ ସ୍କୁଲ ଅଭିଯାନ କର୍ମଶାଳା

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ସଂସ୍କୃତିଭବନ ପରିସରରେ ଦ୍ୱିତୀୟ ପ୍ରର୍ଯ୍ୟାୟ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଭଦ୍ରକ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ସୂଚାରୁ ବଳ, ପୌରପାଳ ମାନସ କୁମାର ମହାନ୍ତି.ଜିଲ୍ଲାପରିଷଧର ଉପାଧ୍ୟକ ଜ୍ୟୋତ୍ସାରାଣୀ ମହାନ୍ତି ସମେତ ଭଦ୍ରକ ପୌରପାଳିକା, ଭଦ୍ରକବ୍ଲକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ଶିକ୍ଷାଧିକାରୀ, ବିଆରସି, ସିଆରସି ସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ କର୍ମଶାଳାରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ଜରିଆରେ ଓଡିଆ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ବିକାଶହେବା ସହ ଶିକ୍ଷାର ମାନବୃଦ୍ଧି ପାଇଁ ପ୍ରୟାସ କରାଯାଇଛି ବୋଲି କହିଥିଲେ।ମୋ ସ୍କୁଲ ଅଭିଯାନରେ ପ୍ରତ୍ୟେକ ସ୍କୁଲରେ ପୁରାତନ ଛାତ୍ରଛାତୀ୍ରମାନେ ସାମିଲ ହୋଇ ନିଜ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସାମିଲ ହୋଇ ପାରିବେ। ପ୍ରତ୍ୟେକ ବିଦ୍ୟାଳୟରବିକାଶ ପାଇଁ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଥିବା ଛାତ୍ରଛାତୀ୍ରମାନେ ସ୍ୱଇଛାରେ ନିଜ ବିଦ୍ୟାଳୟ ପରିଚାଳନା କମିଟିକୁ ଅର୍ଥପ୍ରଦାନ କରି ପାରିବେ। ମୋ ସ୍କୁଲ ଜରିଆରେ ବିଦ୍ୟାଳୟରୁ ଆସିଥିବା ଅର୍ଥର ଦୁଇଗୁଣ ଅର୍ଥ ରାଜ୍ୟସରକାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ବିଦ୍ୟାଳୟର ଭିତ୍ତିଭୂମିସହ ଛାତ୍ରାବାସ, ପାଠାଗାର, ବିଜ୍ଞାନ ପରୀକ୍ଷାଗାର, କମ୍ପୁଟର, ଇଣ୍ଟରନେଟ, ଶୌଚାଳୟ, ପାନୀୟଜଳ, ବିଦ୍ୟାଳୟର ପାଚେରୀ, ହୁଇଲଚେୟାର, ର୍ୟାମ୍ପସ ପ୍ରଭୃତି ବ୍ୟବସ୍ଥା କରି ବିଦ୍ୟାଳୟରେ ପାଠକୀୟ ପରିବେଶ ସୃଷ୍ଟି କରିବା ସହିତ ଶୈକ୍ଷିକ ମାନବୃଦ୍ଧି କରିବା ମଧାହ୍ନଭୋଜନର ମାନବୃଦ୍ଧି କରିବା, କ୍ରୀଡାର ବିକାଶ ସହ ଉପଯୁକ୍ତ କ୍ରୀଡା ତାଲିମ ପ୍ରଦାନ କରିବା ସହ ସାମଗ୍ରିକ ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢାରେ ଆଗ୍ରହ କରିବା ପାଇଁ ଏହି ଯୋଜନା ଲକ୍ଷ୍ୟ ଅଟେ ବୋଲି ଅତିଥିମାନେ କହିଥିଲେ।

Leave a Reply

Your email address will not be published. Required fields are marked *