ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାରେ ଡେଙ୍ଗୁ ନିରାକରଣ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକର ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ସୁଚାର ବଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହମ୍ମଦ ଅବଦୁଲ ରସିଦ, ଜିଲ୍ଲା ମେଲେରିଆ ଅଧିକାରୀ ମୁରଲୀଧର ନାୟକ, ଡାକ୍ତର ମୂରଲୀଧର ପାଢୀ ଏଡିଏମ(ପିଏଚ) ସମେତ ସମସ୍ତଙ୍କ ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଗକୁ ବର୍ଷାଦିନ ଆସୁଛି ଏହା ପୂର୍ବରୁ ଡେଙ୍ଗୁରୋଗକୁ ନେଇ ଗ୍ରାମାଞ୍ଚଳ ଓ ସହରାଞ୍ଚାଳ ଲୋକମାନଙ୍କୁ ପରିବେଶ ସଫାସୁତର ରଖିବା ସହ ଡେଙ୍ଗୁରୋଗର ନିରାକରଣ ସଂର୍ପକରେ ଅବଗତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ଡେଙ୍ଗୁରୋଗକୁ ନିରାକରଣ ପାଇଁ ସ୍ଥାନୀୟ ତହସିଲଦାର, ପୌରପାଳିକାର କାର୍ଯ୍ୟନିବାହୀ ଅଧିକାରୀ ଓ ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସ୍କାର୍ଡଗଠନ କରାଯିବ। ଏହି ସ୍କାର୍ଡଟିମ ସମସ୍ତ ନଂର୍ସିଙ୍ଗହୋମ ସମେତ ବିଭିନ୍ନ ଅଂଚଳରେ ପରିବେଶ ସଫାସୁତରା ଉପରେ ଅନୁଧାନ କରିବାକୁ ବୈଠକରେ ସ୍ଥିର କରାଯାଇଛି।
