ଭଦ୍ରକରେ ଜିଲ୍ଲା ସ୍ତରୀୟ ଶିଶୁଦିବସ ସମାରୋହ ଅନୁଷ୍ଠିତ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁଦିବସ ସମାରୋହ ୨୦୧୭ ଅନୁଷ୍ଠିତ ହୋଇଯାଇଅଛି । ଏହି ଜିଲ୍ଲା ସ୍ତରୀୟ ଶିଶୁଦିବସ ସମାରୋହକୁ ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ଦିଲୀପ୍ କୁମାର ସାହୁ, ଉପଜିଲ୍ଲାପାଳ ନରୋତ୍ତମ ବେହେରା, ଡ଼େପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ପ୍ରଦ୍ମନ କୁମାର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ବସନ୍ତ କୁମାର ରଥ, ଜିଲ୍ଳା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ହିଂତାଶୁ ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ  । ପ୍ରାରମ୍ଭରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଶିଶୁଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୧୧.୧୪ ମିନିଟ୍ ସମୟରେ ବାର୍ତ୍ତାଭିତ୍ତିକ ଉଦ୍ବୋଧନକୁ ସିଧାସଳଖ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ଏହି ବାର୍ତ୍ତାଭିତ୍ତିକ ଉଦ୍ବୋଧନରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମନ୍କି ବାତ୍ କରିବା ସହିତ ବକ୍ତବ୍ୟରେ କହିଥିଲେ, ଭାଷା ହିଁ ଆମର ଗର୍ବ । ପିଲାମାନେ ସବୁବେଳେ ବଡ଼ମଣିଷ ହେବାକୁ ସ୍ୱପ୍ନ ଦେଖନ୍ତୁ । ଆମର ପିଲାମାନେ ସବୁକ୍ଷେତ୍ରରେ ସୁନାମ ଆଣିବାକୁ ଚେଷ୍ଟା କରନ୍ତୁ ଓ ଜନ୍ମଭୂମି ଓଡ଼ିଶାର ଗର୍ବଗୌରବକୁ ନିଜ କାର୍ଯ୍ୟଦ୍ୱାରା ଶିଖରରେ ପହଞ୍ଚାଇବା ପାଇଁଓ ଭଲମଣିଷ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ଶପଥପାଠ କରାଇଥିଲେ   ।  ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏଣିକି ଶପଥ ପତ୍ର ସାମୁହିକଭାବେ ପାଠ କରିବେ, ବିଦ୍ୟାଳୟରେ ପ୍ରତ୍ୟେକଦିନ ସମୁହ ପ୍ରାର୍ଥନା ପରେ ଛାତ୍ରଛତ୍ରୀମାନେ ଏକ ଶପଥପାଠ କରିବେ ଏବଂ “ପଢିବୁ -ବଢିବୁ ଶ୍ରେଷ୍ଠ ହେବୁ”ଏହି ବାର୍ତ୍ତାଭିତ୍ତିକ ଉଦ୍ବୋଧନ ଟେଲିଭିଜନ ମାଧ୍ୟମରେ ସିଧା ପ୍ରସାରଣକୁ ଭଦ୍ରକ ଜିଲ୍ଳାର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଦେଖିଥିଲେ । ଚଳିତ ବର୍ଷ ଭଦ୍ରକ ଜିଲ୍ଳାସ୍ତରୀୟ ଶିଶୁଦିବସ ସମାରୋହ ସହିତ ୭ଟି ବ୍ଲକ ଓ ୨୧୮ଟି ଗ୍ରାମପଞ୍ଚାୟତ ସ୍ତରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରମୁଖ ଟିଭି ଚେନାଲ ମାଧ୍ୟମରେ ଦେଖିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *