ଭଦ୍ରକରେ ଜିଲ୍ଲା ସ୍ତରୀୟ ଶିଳ୍ପଦ୍ୟୋଗୀ ସପ୍ତାହ ସମ୍ମିଳନୀ ଅନୁଷ୍ଠିତ

ଭଦ୍ରକ, ୯ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକରେ ଜିଲ୍ଲାସ୍ତରୀୟ ଶିଳ୍ପଦ୍ୟୋଗି ସପ୍ତାହ ସମ୍ମିଳନୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଦକ୍ର ନାର୍ବାଡ଼ ଡ଼ିଡ଼ିଏମ୍  ରଜତକୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଭଦ୍ରକ ଜିଲ୍ଲା କ୍ଷୁଦ୍ରଶିଳ୍ପ ସଂଘର ସଂପାଦକ ତଥା ସମାଜସେବୀ ଲକ୍ଷ୍ମୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ଜିଲ୍ଲାରେ କିପରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅଭିବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ  । ଶିଳ୍ପପାଇଁ  ଜିଲ୍ଲାରେ ଭିତ୍ତି ଭୂମିର ଅଭାବ ନଥିବା ବେଳେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଇଛାଶକ୍ତିର ଅଭାବରୁ ଶିଳ୍ପ କ୍ଷେତ୍ରରେ ଜିଲ୍ଲା ପଛରେ ପଡ଼ିଛି । ସମ୍ମାନ୍ନିତ ଅତିଥିଭାବେ ୟୁକୋ ବ୍ୟାଙ୍କର ଏଲଡ଼ିଏମ ଅରୁଣ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଜଣେ ଶିଳ୍ପଦ୍ୟୋଗୀ କିପରି ବ୍ୟାଙ୍କରୁ ଅର୍ଥ ଆଣି ନିଜେ ଆତ୍ମର୍ନିଭରଶୀଳ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନ୍ୱିତ ଅତିଥିଭାବେ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଅଭୟ କୁମାର ନାୟକ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶିଳ୍ପ ବିକାଶ ଅଧିକାରୀ ଶଶିଶେଖର ବେହେରା ଅତିଥି ପରିଚୟ    ପ୍ରଦାନ କରିଥିବା ବେଳେ ଶେଷରେ ଶିଳ୍ପ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ଶିଳ୍ପବିକାଶ ଅଧିକାରୀ ନିରଞ୍ଜନ ନାୟକ, ବିଶ୍ୱଜିତ୍ ସାମଲ, ଦେବାଶିଷ ମହାନ୍ତି   ପ୍ରମୁଖ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କ୍ଷୁଦ୍ରଶିଳ୍ପୋଦ୍ୟୋମୀ ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *