ଜିଲ୍ଲା ପରିକ୍ରମା

ଭଦ୍ରକରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପୁସ୍ତକ ମେଳା ଉଦଘାଟିତ୍

ଭଦ୍ରକ, ୧୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜିଠାରୁ ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପ୍ରସାଶନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପୁସ୍ତକମେଳାକୁ ଜିଲ୍ଲାପାଳ ଜ୍ଞାନ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି  ଉଦ୍ଘାଟନୀ ଉସôବରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର , ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୁଦନ ମିଶ୍ର-୨ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ,କର୍ମଚାରୀ ଓ ଗଣମାଧମର ପ୍ରତିନିଧିମାନେ ଯୋଗ ଦେଇଥିଲେ  । ଏହି ଉସôବ ଏପ୍ରିଲ୍ ୧୯ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଦିବା ଦୁଇ ଘଟିକାଠାରୁ ରାତ୍ର ଦଶ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଳାରେ ଜିଲ୍ଲା  ବାହାର ଜିଲ୍ଲାରୁ ବିଭିନ୍ନ ହସ୍ତଶୀଳ୍ପ  ସାମଗ୍ରୀ ପ୍ରଦର୍ଶନୀ ମେଳାରେ ଷ୍ଟଲ ଖୋଲାଯାଇଛି । ସେହିପରି ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ଓ ବିକ୍ରେତାଙ୍କ ପକ୍ଷରୁ ପୁସ୍ତକ ଷ୍ଟଲଗୁଡ଼ିକ ଖୋଲାଯାଇଛି । ଏହି ହସ୍ତଶୀଳ୍ପ ପ୍ରଦର୍ଶନୀ ଓ ପୁସ୍ତକ ମେଳାରେ ଖୋଲା ଯାଇଥିବା ଷ୍ଟଲ ଗୁଡ଼ିକ ପକ୍ଷରୁ ରିହାତି ଦରରେ ଗ୍ରାହକମାନଙ୍କୁ ବିକ୍ରି କରାଯିବ । ଭଦ୍ରକ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚାଳର ଲୋକମାନେ ଏହି ମେଳାରେ ବୁଲି ଦେଖିବା ସହ ଆବଶ୍ୟକୀୟ ଜିନିଷପତ୍ର ଓ ପୁସ୍ତକ କିଣାବାର ସୁଯୋଗ ନେବାକୁ  ଅନୁରୋଧ କରାଯାଇଛି । ଏହି ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଉକôଳ ଦିବସରେ ଓଡିଆଭାଷା କାର୍ଯ୍ୟକାରିତାକୁ ନେଇ ପ୍ରଶାସନିକ କର୍ମଚାରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିବା କର୍ମଚାରୀଙ୍କୁ ଜିଲ୍ଲାପାଳ ମାନପତ୍ର , ପ୍ରଶାସନିକ ଶ୍ରବ୍ଧକୋଷ ଓ ଟ୍ରଫି୍ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖଚନ୍ଦ୍ର ବେହେରା, ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ପଦ୍ମନ ରାୟ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁଣ୍ଡିଚା ବେହେରା, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଅଭୟ କୁମାର ନାୟକ, ଶିଳ୍ପ ବିକାଶ ଅଧିକାରୀ ଶଶିଶେଖର ବେହେରା ଓ ସହକାରୀ ଜିଲ୍ଲାପଳ ସୌମ୍ୟଶ୍ରୀ ପ୍ରାଣୀଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top