ଜିଲ୍ଲା ପରିକ୍ରମା

ଭଦ୍ରକରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ – ୨୦୧୮ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୁତି ଭବନ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଳାପାଳ ନରତ୍ଥୋମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସଚନ୍ଦ୍ର ପରିଡା, ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା ଜିତେନ୍ଦ୍ର କୁମାର ରାୟଙ୍କ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଚଳିତବର୍ଷ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ ଓ ସୁନ୍ଦରଭାବେ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଆଲୋଚନା କ୍ରମେ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କବିଭାଗ ପକ୍ଷରୁ ରାମଧୁନ୍ ପ୍ରଚାର, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି,  ସହରର ମୁଖ୍ୟ ରାସ୍ତାପାଶ୍ୱର୍ରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ସେହିପରି ସକାଳ ୮.୩୦ ସମୟରେ ନେହେରୁ ଷ୍ଟାଡ଼ିୟମ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୧୮ ପାଳନ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅନୁଷ୍ଠିତ ପ୍ୟାରେଡ଼ରେ ମହାବିଦ୍ୟାଳୟ,  ଉଚ୍ଚବିଦ୍ୟାଳୟ ସ୍ତରୀୟ ଏନସିସି,  ସ୍କାଉଡ଼, ଗାଇଡ଼ି, ରେଡ଼କ୍ରସ ସିଭିଲିଆନ୍ ଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶିତ ହୋଇଥିବା ଟ୍ରୁଫ୍ ମାନଙ୍କୁ ସିଲଡ଼ି ପ୍ରଦାନ କରାଯିବ। ଏହି ଅବସରରେ ସ୍କୁଲପିଲାମାନଙ୍କ ଦ୍ୱାରା ଜାନୁୟାରୀ ୧୭ରୁ ୨୦ତାରିଖ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ,  ବକ୍ତୃତା ଓ ଦେଶାତ୍ମକ ସଂଙ୍ଗୀତ ପ୍ରତିଯୋଗିତା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ। ସେହିପରି ଉକ୍ତ ଦିବସରେ ଚିତ୍ରକଳା ପ୍ରଦର୍ଶନ, ରକ୍ତଦାନ ଶିବିର, ସଦର ଡ଼ାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ସ୍ୱତନ୍ତ୍ର ଉପକାରାଗାରରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ। ସନ୍ଧ୍ୟାସମୟରେ ସହିଦ୍ସ୍ମୃତି ଭବନ ପରିସରରେ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମନମୋହନ ସଂଙ୍ଗୀତ ପରିଷଦ ଦ୍ୱାରା ପରିବେଷଣ କରାଯିବ। ଶେଷରେ ଡ଼ିଆଇପିଆରଓ ଗୋଲଖ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top