ଜିଲ୍ଲା ପରିକ୍ରମା

ଭଦ୍ରକରେ ଜିଲ୍ଲାସ୍ତରୀୟ ସମବାୟ ସଚେତନତା ଓ ସମବାୟ ଆପଣଙ୍କ ଦ୍ୱାରରେ କର୍ମଶାଳା

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକରେ ସଂସ୍କୃତିଭବନ ପରିସରରେ ଜିଲ୍ଲାସ୍ତରୀୟ ଏକଦିବସୀୟ ସମବାୟ ସଚେତନତା ଓ ସମବାୟ ଆପଣଙ୍କ ଦ୍ୱାରରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଦକର ଜିଲ୍ଲାପାଳ ଜ୍ଞାନଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ବକ୍ତବ୍ୟରେ କହିଥିଲେ ସମବାୟ ଆନ୍ଦୋଳନ କ୍ଷେତ୍ରରେ ଓଡ଼ିଶା ସବୁବେଳେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି। ଆମ ରାଜ୍ୟର କୃଷି ଓ କୃଷକର ଉୁନ୍ନତି ପାଇଁ ସରକାର ସମବାୟ ଜରୀଆରେ ଯୋଗାଇଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଦୁଇମାସ ବ୍ୟାପି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟସରକାର ହାତକୁ ନେଇଛନ୍ତି। ଚାଷୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଯୋଗାଇବା ସହିତ ସମସ୍ତ ଚାଷୀଙ୍କୁ କୃଷି ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଭାବେ ଭଦ୍ରକର ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥିଭାବେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଲେଶ୍ୱର ଭଦ୍ରକ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ, ସମବାୟ ବିଭାଗର ବାଲେଶ୍ୱର ଉପଖଣ୍ଡର ଭାରପ୍ରାପ୍ତ ଉପନିବନ୍ଧକ ସନ୍ତୋଷ କୁମାର ମହାନ୍ତି, ଉପଜିଲ୍ଲାପାଳ ସୁଚାର ବଳ ପ୍ରମୁଖ ଯୋଗଦେଇ ସମବାୟ ସଚେତନତା ଓ ସମବାୟ ଆପଣଙ୍କ ଦ୍ୱାରରେ କର୍ମଶାଳାରେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଭଦ୍ରକ ବାଲେଶ୍ୱର ସମବାୟ ବ୍ୟାଙ୍କର ଜୋନାଲ ଅଫିସର ଅଜିତ୍ କୁମାର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭଦ୍ରକର ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ସ୍ୱାତୀବାଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ସମବାୟ ବିଭାଗର ନିର୍ବାଚିତ ନିର୍ଦ୍ଦେଶକ ହେମନ୍ତ କୁମାର ପାଢୀ, ରମେଶ ଭାରତୀ, ଲମ୍ବୋଧର ଦାସ, କମଳାକାନ୍ତ ଦାସ, ଅସ୍ମିତା ନାୟକ, ତିହିଡ଼ି ପଞ୍ଚାୟତ ସମିତିିର ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ ପ୍ରମୁଖ ଯୋଗଦେଇଥିଳେ। ଏହି କାର୍ଯ୍ୟକ୍ରମକୁ ଅଶ୍ୱନୀ କୁମାର ନାୟକ, ନିରଞ୍ଜନ ମାଝୀ, ଲକ୍ଷ୍ମୀଧର ରାଉତ, ଆରଏମସିର ସମ୍ପାଦକ ବିକାଶ ଚନ୍ଦ୍ର ନାୟକ, ସମେତ ଜିଲ୍ଲାର ୧୦୮ଟି ସମବାୟ ସମିତିର ସପାଦକ. ସହସଂପାଦକ, ସଭାପତି ଓ ସମବାୟ ସମିତିର କର୍ମଚାରୀମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top