ଜିଲ୍ଲା ପରିକ୍ରମା

ଭଦ୍ରକରେ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କର୍ମଶାଳା

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ଜିଲ୍ଲାସ୍ତରୀୟ ମୋ ସ୍କୁଲ ଅଭିଯାନ କର୍ମଶାଳା ଜିଲ୍ଲାସଂସ୍କୃତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ମିଶ୍ର, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ସର୍ବଶିକ୍ଷା ଅଭିଯାନର ଡିପିସି ଜୟଶ୍ରୀ ସେନାପତି, ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଅନ୍ତଯ୍ୟାର୍ମୀ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କ ଏହା ହେଉଛି ଏକ ଅଭିନବ କାର୍ଯ୍ୟକ୍ରମ ଅଟେ। ଏହି କାର୍ଯ୍ୟକ୍ରମ ଜରିଆରେ ଓଡିଆ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ବିକାଶହେବା ସହ ଶିକ୍ଷାର ମାନବୃଦ୍ଧି ପାଇଁ ପ୍ରୟାସ କରାଯାଇଛି ବୋଲି କହିଥିଲେ।ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଭିତ୍ତିଭୂମିସହ ଛାତ୍ରାବାସ, ପାଠାଗାର, ବିଜ୍ଞାନ ପରୀକ୍ଷାଗାର, କମ୍ପୁଟର, ଇଣ୍ଟରନେଟ, ଶୌଚାଳୟ, ପାନୀୟଜଳ, ବିଦ୍ୟାଳୟର ପାଚେରୀ, ହୁଇଲଚେୟାର, ର୍ୟାମ୍ପସ ପ୍ରଭୃତି ବ୍ୟବସ୍ଥା କରି ବିଦ୍ୟାଳୟରେ ପାଠକୀୟ ପରିବେଶ ସୃଷ୍ଟି କରିବା ସହିତ ଶୈକ୍ଷିକ ମାନବୃଦ୍ଧି କରିବା ମଧାହ୍ନଭୋଜନର ମାନବୃଦ୍ଧି କରିବା, କ୍ରୀଡାର ବିକାଶ ସହ ଉପଯୁକ୍ତ କ୍ରୀଡା ତାଲିମ ପ୍ରଦାନ କରିବା, ଡାକ୍ତରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ କରିବା ପାଇଁ ଜିଲ୍ଲାରେ ଥିବା ୨୯୫ ଉଚ୍ଚ ବିଦ୍ୟାଳୟ ସହ ଅନ୍ୟାନ୍ୟ ବିଦ୍ୟାଳୟର ସାମଗ୍ରିକ ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢାରେ ଆଗ୍ରହ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ କହିଥିଲେ। ମୋ ସ୍କୁଲ ଅଭିଯାନରେ ପ୍ରତ୍ୟେକ ସ୍କୁଲରେ ପୁରାତନ ଛାତ୍ରଛାତୀ୍ରମାନେ ସାମିଲ ହୋଇ ନିଜ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସାମିଲ ହୋଇ ପାରିବେ। ପ୍ରତ୍ୟେକ ବିଦ୍ୟାଳୟରବିକାଶ ପାଇଁ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଥିବା ଛାତ୍ରଛାତୀ୍ରମାନେ ସ୍ୱଇଛାରେ ନିଜ ବିଦ୍ୟାଳୟ ପରିଚାଳନା କମିଟିକୁ ଅର୍ଥପ୍ରଦାନ କରି ପାରିବେ। ଦିଦ୍ୟାଳୟରକୁ ଆସିଥିବା ଅର୍ଥର ଦୁଇଗୁଣ ଅର୍ଥ ରାଜ୍ୟସରକାର ପ୍ରଦାନ କରିବାର ବ୍ୟବସ୍ଥା ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ। ଏହିଯୋଜନାରେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ, ଜନପ୍ରତିନିଧି ଓ ଗ୍ରାମବାସୀମାନେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏଥି ନିମନ୍ତେ ପ୍ରତ୍ୟେକ ବ୍ଲକରେ କମିଟିମାନ ଗଠନ କରାଯାଇ ଯୋଜନାକୁ ଲୋକାଭିମୁଖି କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ। ଏହି କର୍ମଶାଳାରେ ସମସ୍ତ ବ୍ଲକଶିକ୍ଷାଧିକାରୀ, ବିଭିନ୍ନବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ, ପୁରାତନ ଛାତ୍ରମାନେ ଯୋଗ ଦେଇଥିଲେ। ଶେଷରେ ଡିପିସି ଜୟଶ୍ରୀ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top