ଜିଲ୍ଲା ପରିକ୍ରମା

ଭଦ୍ରକରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଜ୍ଞାନ ଦାସ ଆଜୀବନ ସଦସ୍ୟ, ସଦସ୍ୟା ଓ ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀଙ୍କ ଗହଣରେ ରେଡ଼କ୍ରସ ପତାକାକୁ  ଉତ୍ତୋଳନ କରିଥିଲେ । ଡେପୁଟି କଲେକ୍ଟର(ଜୁରୁରୀକାଳୀନ) ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ଜ୍ଞାନ ଦାସ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ  ଶ୍ୟାମଭକ୍ତ ମିଶ୍ର , ଜିଲ୍ଲାମୁଖ୍ୟ ଚିକିସାôଧିକାରୀ ଡ଼ା ମହମ୍ମଦଅବଦୁରସିଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ  ଯୋଗଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ରେଡ଼କ୍ରସର ପ୍ରାଣ ପ୍ରତିଷ୍ଠାତ ହେନେରୀ ଡ଼ୁନାଣ୍ଡଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଉଦ୍ବୋଧନ ଦେଇ ପ୍ରତ୍ୟେକ ମଣିଷ ମନରେ ସେବା ମନୋବୃତ୍ତି ଓ ମାନବିକତା ଉଦ୍ରେକ ହେଉ ବୋଲି ମତବ୍ୟକ୍ତ କିରଥିଲେ ଯାହା ଫଳରେ ରେଡ଼କ୍ରସର ପାଣ୍ଠି ଅଧିକ ପରିମାଣରେ ଆସିବା ସଙ୍ଗେ ସଙ୍ଗେ  ଗରିବ ଜନସାଧାରଣ ଅଧିକରୁ ଅଧିକ ଉପକୃତ ହୋଇ ପାରିବେ । ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର ଓ ଜିଲ୍ଳା ମୁଖ୍ୟ ଚିକିସôାଧିକାରୀ ଡ଼ା ମହମ୍ମଦ ଅବୁଦୁଲ ରସିଦ ବକ୍ତବ୍ୟରେ  ରେଡ଼କ୍ରସର ଆଜୀବନ ସଦସ୍ୟ ଓ ସଦସ୍ୟାମାନେ ପୀଡ଼ିତା ଓ ଅସହାୟମାନଙ୍କୁ ସେବା ଯୋଗଇଦେଇ ରେଡ଼କ୍ରସର ଉଦେ୍ଦଶ୍ୟକୁ ସଫଳ କରିଛନ୍ତି ବୋଲି କହିଥିଲେ । ରେଡ଼କ୍ରସର ଅଧିକାରୀ ଶ୍ରୀ ରାଜେନ୍ଦ୍ର ପଣ୍ଡା ଜିଲ୍ଳା ରେଡ଼କ୍ରର ଆୟ, ବ୍ୟୟ ଓ ବିଗତ ବର୍ଷର କାର୍ଯ୍ୟକ୍ରମ ସଂର୍ପକରେ ସୁଚନା ଦେଇଥିଲେ । ଆଜୀବନ ସଦସ୍ୟ  ମନୋରଂଜନ ଦାସ, ଚାରୁଲତା ମହାପାତ୍ର ,ଏମ୍.ଏ ଦୟାନ ଓ ନାରାୟଣ ପୋଥାଳ ଏବଂ ଅନ୍ୟାନ୍ୟ ଆଜୀବନ ସଦସ୍ୟ ସଦସ୍ୟା ଯୋଗଦାନ କରି ରେଡ଼କ୍ରମ ପାଣ୍ଠିକୁ ସମୃଦ୍ଧ କରିବା ଓ ବର୍ଷରେ ଅନ୍ତତଃ ୩/୪ ଥର ଏକ୍ଜିୁକୁ୍ୟଟିଭ ବୈଠକ ଡ଼କାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଦିବସରେ ରେଡ଼କ୍ରସ ପାଣ୍ଠିକୁ ସର୍ବାଧିକ ଅର୍ଥ ପ୍ରଦାନ କରିଥିବା ଅଧିକାରୀ ମାନଙ୍ୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ରେଡ଼କ୍ରସ ଦିବସ ଉପଲକ୍ଷେ ରକ୍ତଦାନ ଶିବୀରର ଆୟୋଜନ କରାଯାଇଥିଲା, ଉକ୍ତ ଶିବୀରରେ ଡ଼େପୁଟି କଲେକ୍ଟର ଜୟଶ୍ରୀ ସେନାପତୀ ଓ ରୋଟାରିୟାନ ଶ୍ରୀ ଅତିସ ବେହେରାଙ୍କ ସମେତ ୧୨ ଜଣ ବଦାନ୍ୟ ବ୍ୟକ୍ତି ରକ୍ତଦାନ କରିଥିଲେ । ଦିବସର କାର୍ଯ୍ୟକ୍ରମକୁ ରେଡ଼କ୍ରସର ଯୁଗ୍ମସମ୍ପାଦିକା ବିଶ୍ୱଜିତା ବିଶ୍ୱାଳ ଆୟୋଜନ କରିଥିବା ବେଳେ ,ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉସôବରେ ରେଡ଼କ୍ରସର ଆଜୀବନ ସଦସ୍ୟ-ସଦସ୍ୟା, ଜିଲ୍ଳାସ୍ତରୀୟ ଅଧିକାରୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top