ଭଦ୍ରକରେ ଜାତୀୟ ଡ଼େଙ୍ଗୁଦିବସ ପାଳିତ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଜାତୀୟ ଡ଼େଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମହମ୍ମଦ ଅବଦୁଲ ରସିଦ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଳାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଡ଼େଙ୍ଗୁଦିବସର ଅବସରରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନତା ଓ ନିରାକରଣ ସଂପର୍କରେ ଅବଗତ କରାଇବାବୁ ବିଭାଗୀୟ କତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଲୋକମାନେ ନିଜର ପରିବେଶ ସଫାସୁତରା ରଖିବା ସହ ଡ଼େଙ୍ଗୁରୋଗ କିପରି ରୋକାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଏଡିଏମ ମେଡିକାଲ ଡା ପ୍ରଦୀପ ଖୁଣ୍ଟିଆ, ଏଡିଏମ (ପିଏଚ) ଡା ମୂରଲୀଧର ପାଢୀ, ଜିଲ୍ଲା ମେଲେରିଆ ଅଧିକାରୀ ଡା ମୂରଲୀଧର ନାୟକ ପ୍ରମୁଖ ଯୋଗଦାନ କରି ଜାତୀୟ ଡେଙ୍ଗୁଦିବସ ବିଷୟରେ ଆଲୋଚନା କରିବା ସହ ଏହାର ନିରାକରଣ ଓ ସଚେତନତା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାସ୍ଥ୍ର୍ୟବିଭାଗୀୟ ଅଧିକାରୀ ଓ ବ୍ଲକ ଶିକ୍ଷାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଭିବିଡି କନସଲାଣ୍ଟ ସୁପ୍ରିୟା ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *