ଭଦ୍ରକରେ ଜାତୀୟ ମସô୍ୟଚାଷୀ ଦିବସ ପାଳିତ

ଭଦ୍ରକ, ୧୧ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକ ଜିଲା ମସô୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଜାତୀୟ ମସô୍ୟ ଚାଷ ଦିବସ ଜିଲା ଅଧିକାରୀଙ୍କ ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ଜିଲାରେ ଥିବା ସମସ୍ତ ବ୍ଲକ୍ରୁ ପ୍ରାୟ ୬୦ ରୁ ଉଦ୍ଧ୍ୱର୍  ଅଗ୍ରଣୀ ମସô୍ୟଚାଷୀ ସହିତ ସମସ୍ତ ବ୍ଲକ୍ରେ ନିୟୋଜିତ ଥିବା ମସô୍ୟ ବିଭାଗର ସମସ୍ତ ମସô୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଉସôବକୁ ଜିଲା ମସô୍ୟଧିକାରୀ ରବିନ୍ଦ୍ର କୁମାର ସମାଦ୍ଦାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭରେ ଜିଲା ମସô୍ୟ ଅଧିକାରୀ ଶ୍ରୀ ସମାଦ୍ଦାର ଏହି ଉସôବକୁ ଆୟୋଜନ ସହିତ ସରକାରଙ୍କ ମୁଖ୍ୟ ଉଦେ୍ଦଶ୍ୟ ସମ୍ବନ୍ଧରେ ଆଲୋକପାତ କରି ଏହି ଦିବସର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ସଂପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ ।  ଏହି ଉସôବରେ ଅତିିରିକ୍ତ ଜିଲା ମସô୍ୟଧିକାରୀ ଦେବବ୍ରତ ମହାନ୍ତି, ସମସ୍ତ ବ୍ଲକ୍ର ସହକାରୀ ମସôô୍ୟ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ମସô୍ୟ ବୈଷୟିକ ସହାୟକମାନେ ଯୋଗଦେଇ ମସô୍ୟଚାଷ ଉପରେ ଆଲୋକପାତ କରିବା ସହିତ ଚାଷୀମାନଙ୍କର ପ୍ରଶ୍ନୋତ୍ତର କାର୍ଯ୍ରକ୍ରମରେ ଯୋଗଦେଇ ସମସ୍ୟାର ସମାଧାନ କରିଥିଲେ ।  ବିଶେଷକରି ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତ ଧରଣର ମସô୍ୟ ଚାଷ କରି କିପରି ଅଧିକରୁ ଅଧିକ ମସô୍ୟ ଉତ୍ପାଦନ କରି ନିଜର ଆର୍ଥିକ ମାନଦଣ୍ଡ ବଢାଇବା ସହ ଏକ ସୁସ୍ଥ ସମାଜରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ, ତାହା ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *