ଭଦ୍ରକରେ ଜନ୍ମାଷ୍ଟମୀ ମହୋସôବ ପାଳିତ

ଭଦ୍ରକ,୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଭଦ୍ରକରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଭଦ୍ରକର ବହୁପୁରାତନ ସଦାବ୍ରତ ମଠ, ବାବା ଲୋକନାଥ ମନ୍ଦିର, ମା’ ଦକ୍ଷୀଣଶ୍ୱର କାଳୀମନ୍ଦର, ବାଲଗୋପାଲ ମନ୍ଦିର, କୁଆଁସର ଲକ୍ଷ୍ମୀନାରାୟଣ ମନ୍ଦିର, ସନ୍ଥିଆର ରାଧାକୃଷ୍ଣ ମନ୍ଦିର, ସାହାପୁର ଓ  ଚରମ୍ପାର ଲକ୍ଷ୍ମୀନାରାୟଣ ମନ୍ଦିର, ଭଦ୍ରକାଳୀସାହିର ମା’ ଭଦ୍ରକାଳୀ ମନ୍ଦିରମାନଙ୍କରେ ଏହି ଉସôବ ଭଜନ ଓ କୀର୍ତ୍ତନ ମଧ୍ୟରେ ସମାହିତ ହୋଇଛି ।  ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ହିମାଂଶୁ ଶେଖର ପାଣି, ତି୍ରନାଥ କର, ଗୌରାଙ୍ଗ କର, ଜଗନ୍ନାଥ ଦାଶ ଓ ହରିହର ଶୁକ୍ଳ ପ୍ରମୁଖ ଲୋକନାଥ ମନ୍ଦିରର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏସମସ୍ତ ପବିତ୍ର ପୀଠରେ ରାଧା-କୃଷ୍ଣଙ୍କ ପ୍ରତିମାଗୁଡିକୁ ଆକର୍ଷଣୀୟ ଢ଼ଙ୍ଗରେ ସଜ୍ଜାଯାଇ ଝୁଲଣରେ ଶ୍ରଦ୍ଧାଳୁ ଭକ୍ତମାନେ ଦୋଳାଇଥିଲେ । ମା’ ଦକ୍ଷୀଣଶ୍ୱର କାଳୀ ମନ୍ଦିରରେ ପରିବେଶିତ ଭଜନ ସଂନ୍ଧ୍ୟା ବେଶ୍ ସ୍ରୃତି ମଧୁର ହୋଇଥିଲା ।

Leave a Reply

Your email address will not be published. Required fields are marked *